Only for Entertainment

ଘର ହେଉ କିମ୍ବା ଦୋକାନରେ ରଖନ୍ତୁ ବଂଶୀ ଦେଖନ୍ତୁ , ଏହାର କମାଲ ।

mommytheorist.files.wordpress.com
0 65

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଅଟେ ବଂଶୀ । ଏହି କାରଣରୁ ଧାର୍ମିକ ଶାସ୍ତ୍ରରେ ବଂଶୀକୁ ପବିତ୍ର ମାନା ଯାଇଥାଏ । କିନ୍ତୁ କେବଳ ଧାର୍ମିକ କ୍ଷେତ୍ରରେ ନୁହେଁ ମାତ୍ର ବାସ୍ତୁରେ ମଧ୍ୟ ଅନେକ ମହତ୍ୱ ରଖିଥାଏ । ବାସ୍ତୁ ଅନୁସାରେ ନିଜ ଗୃହରେ ଭିନ୍ନ ଭିନ୍ନ କୋଣରେ ବିଭିନ୍ନ ରଂଗର ବଂଶୀ ରଖିବା ଦ୍ୱାରା ଅନେକ ମନୋକାମନା ପୂରଣ ହୋଇଥାଏ । ଏହାଦ୍ୱାରା ଅନେକ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ଆସନ୍ତୁ ଜାଣିବା ବାସ୍ତୁରେ ଦର୍ଶା ଯାଇଥିବା ବାସ୍ତୁ ସମ୍ବନ୍ଧିତ କିଛି ଉପାୟ –

-ଯଦି କୌଶସି ବ୍ୟକ୍ତିଙ୍କର ବିବାହର ଯୋଗ ହେଉନାହିଁ ତେବେ ବିଛଣା ପାଖରେ ତକିଆ ତଳେ ଲାଲ ରଂଗର ବଂଶୀ ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆପଣଙ୍କ ଅନୁସାରେ ଜୀବନସାଥୀ ମିଳିବାର ସମ୍ଭାବନା ରହିଥାଏ । flute-1

-ନିଜ ଇଚ୍ଛା ମୂତାବକ ଚାକିରୀ ଖୋଜୁଥିଲେ ନିଜ କକ୍ଷ ଦ୍ୱାରରେ ହଳତଦିଆ ରଂଗର ବଂଶୀ ଝୁଲାଇ ରଖନ୍ତୁ ।

flute-2

-ବ୍ୟାପାର ବୃଦ୍ଧିରେ ଧନ ଲାଭ ପ୍ରାପ୍ତି ପାଇଁ ଦୋକାନ କଣରେ ଏବଂ ଘର ତିଜୋରୀ ପାଖରେ ଚାନ୍ଦିର ବଂଶୀ ରଖନ୍ତୁ ।

flute-3

-ଘର କିମ୍ବା ମନ୍ଦିରରେ ମୟୁର ପର ଥିବା ବଂଶୀ ରଖିଲେ ଘରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବାର ସମ୍ଭାବନା ହୋଇଥାଏ ।
ସନ୍ତାନ ପ୍ରାପ୍ତ ପାଇଁ ଇଚ୍ଛୂକ ଥିବା ମହିଳା ନିଜ ବେଡରୁମରେ ସବୁଜ ରଂଗର ବଂଶୀ ରଖନ୍ତୁ । ଏବଂ ଏହି ବଂଶୀକୁ ଏଭଳି ସ୍ଥାନରେ ରଖନ୍ତୁ ଯାହାକି କାହା ନଜର ସେଠାରେ ନପଡି ପାରିବ ।

flute-4

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More