Only for Entertainment

ଶୋଇବା ପୂର୍ବରୁ ବେଡ ତଳେ ରଖନ୍ତୁ ଏହି ଜିନିଷ । ସୂର୍ଯ୍ୟଙ୍କ ଠାରୁ ଶନିଙ୍କ ପର୍ଯ୍ୟନ୍ତ ହେବେ ଦୟାବାନ୍ ।

IndianArtVilla
0 60

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମଣିଷର କୁଣ୍ଡଳୀରେ ଶୁଭ ଅଶୁଭ ଉଭୟ ପ୍ରକାରର ଗ୍ରହ ଥାଆନ୍ତି । ଅଶୁଭ ଗ୍ରହର ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରିଥାନ୍ତି । ପ୍ରତ୍ୟେକ ଗ୍ରହଙ୍କର ନିଜ ନିଜର ପ୍ରଭାବ ରହିଥାଏ । ଏହି ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରମୁଖ ବୋଲି କୁହାଯାଏ । ଯଦି କାହାର କୁଣ୍ଡଳୀରେ ଏହି ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ ତେବେ ପରିସ୍ଥିତି ବଦଳିଯାଏ । ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କର ଖରାପ ପ୍ରଭାବ ପଡ଼ିଛି ତେବେ ଆମେ ଆପଣଙ୍କୁ ସେଥିପାଇଁ କିଛି ଉପାୟ କହିବୁ ଯାହାକୁ ଆପଣାଇ ଆପଣ ସେହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଆଲୋଚନା କରିବା ।

କୁଣ୍ଡଳୀରେ ଯଦି ସୂର୍ଯ୍ୟଙ୍କର ଅଶୁଭ ପ୍ରଭାବ ପଡ଼ିଛି ତେବେ ଖଟ ତଳେ ତମ୍ବାର ବାସନରେ ଜଳ ରଖନ୍ତୁ କିମ୍ବା ତକିଆ ତଳେ ଲାଲ ଚନ୍ଦନ ରଖନ୍ତୁ ।

ଚନ୍ଦ୍ରମାଙ୍କ ସ୍ଥିତି ଯଦି ଠିକ ନାହିଁ ତେବେ ଖଟ ତଳେ ରୂପାର ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ । ଯଦି ଏହା କରି ନପାରିବେ ତେବେ ତକିଆ ତଳେ ରୂପାର ମୁଦି ରଖି ଶୁଅନ୍ତୁ ।

ମଙ୍ଗଳ ପାଇଁ ଜୀବନରେ ଯଦି ସମସ୍ୟା ସୃଷ୍ଟି ହେଉଛି ତେବେ ଖଟ ତଳେ କଂସାର ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ କିମ୍ବା ସୁନା ବା ରୂପାରେ ପ୍ରସ୍ତୁତ ଅଳଙ୍କାରକୁ ତକିଆ ତଳେ ରଖିପାରିବେ ।

ବୁଧ ସହିତ ସମ୍ବଦ୍ଧିତ ଶୁଭ ଫଳ ପାଇବା ପାଇଁ ତକିଆ ତଳେ ସୁନାର କୌଣସି ଛୋଟ ଅଳଙ୍କାର ରଖିପାରିବେ ।

ଗୁରୁ କାରଣରୁ ଜୀବନରେ ସମସ୍ୟା ସୃଷ୍ଟି ହେଉଛି ତେବେ ଖଟ ତଳେ ପିତ୍ତଳ ବାସନରେ ଜଳ ଭରି ରଖନ୍ତୁ ବା ହଳଦୀକୁ ହଳଦିଆ କପଡ଼ାରେ ବାନ୍ଧି ତକିଆ ତଳେ ରଖନ୍ତୁ ।

ଶୁକ୍ର ଗ୍ରହ ଅଶୁଭ ଫଳ ଦେଉଛି ଯଦି ରୂପାର ମାଛ ତକିଆ ତଳେ ରଖନ୍ତୁ ବା ରୂପାର ବାସନରେ ଜଳ ଭର୍ତ୍ତି କରି ଖଟ ତଳେ ରଖନ୍ତୁ ।

ଶନିଙ୍କ ପାଇଁ ଲୁହାର ବାସନରେ ଜଳ ଭର୍ତ୍ତି କରି ଖଟ ତଳେ ରଖନ୍ତୁ ବା ତକିଆ ତଳେ ଲୁହାର ମୁଦି ବା ନୀଲମ ରତ୍ନ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More