Only for Entertainment

ପାନ ମସଲା ବିଜ୍ଞାପନରେ ଫସିଲେ ‘ଜେମସ ବଣ୍ଡ’ , କେଜରିୱାଲ ପଠାଇଲେ ନୋଟିସ !

india
0 45

ପାନ ମସଲା ପ୍ରମୋସନକୁ ନେଇ ବଲିଉଡ ଜଗତର କଳାକାରଙ୍କୁ ବିବାଦ ଘେରରେ ରଖିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଛନ୍ତି ଏବେ ହଲିଉଡ ଅଭିନେତା ଜେମ୍ସ ବଣ୍ଡ । ମୁଖମନ୍ତ୍ରୀ ଅରବିନ୍ଦ କେଜରିୱାଲ ହଲିଉଡ ଅଭିନେତା ବ୍ରାସନନ୍ଙ୍କୁ ନୋଟିସ ପଠାଇଛନ୍ତି ।ଏହାର ଜବାବ ଦେବା ଲାଗି ଅଭିନେତାଙ୍କୁ ୧୦ଦିନର ସମୟ ଦେଇଛନ୍ତି । ଯଦି ନିର୍ଦ୍ଧାରିତ ସମୟ ଭିତରେ ନୋଟିସର ଉତ୍ତର ନଦିଅନ୍ତି ତେବେ ତାଙ୍କ ଉପରେ ୫ହଜାର ଟଙ୍କାର ଜୋରିମାନା ଲଗାଯିବ ଏହାସହ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ମିଳିପାରେ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି ଯେ ବ୍ରାସନନ୍ଙ୍କୁ ତମ୍ବାଖୁ ଏବଂ ଧୂମ୍ରପାନ ଧାରା, ୨୦୦୩ ଉଲଂଘନ ଯୋଗୁଁ ନୋଟିସ ଦିଆଯାଇଛି । ଏହି ଧାରା ତମ୍ବାଖୁ ଏବଂ ଧୂମ୍ରପାନ ସହ ଜଡିତ କୌଣସି ସାମଗ୍ରୀର ବିଜ୍ଞାପନ କରିବା ଉପରେ ବ୍ୟାନ କରାଯାଇଛି ।
ପାନ ମସଲା ବ୍ୟବହାର କରାଯାଉଥିବା ସୁପାରୀ ଚୋବାଇବା ଦ୍ୱାରା କର୍କଟ ରୋଗ ହେଉଛି । ଏହାକୁ ବୈଜ୍ଞାନିକ ମାନେ ପ୍ରମାଣିତ କରି ସାରିଛନ୍ତି । ଜଣେ ପ୍ରତିକ୍ଷିତ ଅଭିନେତା ଯାହାଙ୍କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି ଖାସ କରି ଯୁବା ପିଢିଙ୍କ ରୋଲ ମଡ଼େଲ ଭାବେ ସେ ପରିଚିତ । ଏଭଳି ପ୍ରମୋସନ ତାଙ୍କୁ ଶୋଭା ପାଉନଥିବା ବ୍ରାଣ୍ଡ ଜାରି କରିବା ନୋଟିସରେ କୁହାଯାଇଛି ।

ଏଠାରେ କହି ରଖୁଛୁ ଯେ ବ୍ରାଣ୍ଡର ଏହି ବିଜ୍ଞାପନ ମାମଲା ୨୦୧୬ରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାତ୍ର ବ୍ରାସନନ୍ କହିଥିଲେ ତାଙ୍କୁ ମାଉଥ ଫ୍ରେଶନର ବିଜ୍ଞାପନ ପାଇଁ କୁହାଯାଇଥିଲା ଏବଂ କମ୍ପାନୀ ତାଙ୍କୁ ଭୂଲ ବଶତଃ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More