Only for Entertainment

ଚୋରି କରିବାର ଦୁଇ ଦିନପରେ ଚୋର ଫେରାଇଲା ଗହଣା, ଏହା ସହିତ ଛାଡିଲା ଇମୋଶନାଲ ମେସେଜ ।

ndtv
0 56

ଚୋର ଚୋରି କରିବା ପରେ ଜିନିଷ ଫେରାଇଦେଇଥିବା କଥା କେବେ ଶୁଣିଛନ୍ତି କି ? କିନ୍ତୁ କେରଳର ଅମ୍ବାଲାପୁଝାରେ ଜଣେ ଚୋର ଚୋରି କରିବାର ଦୁଇ ଦିନ ପରେ ନିଜର ଭୁଲ ସୁଧାରି ଚୋରି କରିଥିବା ଗହଣା ଫେରାଇଦେଇଛି । ଏହା ସହିତ ସେ ଏକ ଇମୋଶନାଲ ମେସେଜ ମଧ୍ୟ ଛାଡିଯାଇଛି ।

ଖବର ଅନୁସାରେ ତକାଜହୀ ପଂଚାୟତ ଝଲାକେର ଏକ ପରିବାର ମଙ୍ଗଳବାର ଦିନ ତାଙ୍କର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏହା ପରେ ଚୋର ଏହାର ଫାଇଦା ଉଠାଇ ଘରର ପଛପଟ କବାଟ ଭାଙ୍ଗି ଆଲମିରାରେ ଥିବା ଏକ ମୁଦି, କାନଫୁଲ ଏବଂ ଏକ ଲକେଟ ନେଇଯାଇଥିଲା । ପରିବାର ଲୋକେ ଘରକୁ ଫେରିବା ପରେ ପୋଲିସକୁ ସୂଚନା ଦେଇଥିଲେ ।

ଏହାର ଦୁଇ ଦିନ ପରେ ଚୋର ନିଜର ଭୁଲ ବୁଝିପାରି ପରିବାର ଲୋକଙ୍କୁ ଗହଣା ଫେରେଇ ଦେଇଥିଲା । ଏହା ସହିତ ସେ ତାକୁ କ୍ଷମା କରିଦେବା ପାଇଁ ଏକ ମେସେଜ ମଧ୍ୟ ଛାଡିଥିଲା ଏବଂ ତାକୁ ଗିରଫ ନକରିବା ପାଇଁ ଅନୁରୋଧ କରିଥିଲା ।
ଏହି ମେସେଜରେ ଲେଖାଯାଇଥିଲା, ‘କୃପା କରି ମୋତେ ଗିରଫ କର ନାହିଁ । ମୋତେ କ୍ଷମା କରିଦିଅ । ନିଜର ଖରାପ ଅବସ୍ଥା ପାଇଁ ମୁଁ ଏହି ଭୁଲ କରିଥିଲି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More