Only for Entertainment

ବିବାହ ଫଟୋସୁଟ କରିବା ସମୟରେ କପଲଙ୍କ ସହ ହେଲା କିଛି ଏପରି, ଭାଇରାଲ ହେଲା ଭିଡିଓ

weddplanner weddings pic
52

ବିବାହ ପୂର୍ବରୁ ପ୍ରି- ୱେଡିଂ ଫଟୋ ସୁଟ ଏବଂ ଭିଡିଓ ଫଟୋ ସୁଟ ଏବେ ଟ୍ରେଣ୍ଡରେ ରହିଛି । ଏହି ମୂହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ କପଲ୍ସ କିଛି ନୂଆ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି । କିନ୍ତୁ କେରଳରେ କିଛି ଏପରି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କେରଳରେ କପଲଙ୍କ ଫଟୋସୁଟର ଭିଡିଓ ଏବେ ସୋସିାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, କପଲ ଏକ ଡଙ୍ଗାରେ ବସି ଫଟୋସୁଟ କରୁଛନ୍ତି । ଏହା ସହିତ ଦୁହେଁ ଏକ କଦଳୀ ପତ୍ର ଧରି ବର୍ଷା ହେବା ସିନକୁ କ୍ରିଏଟ କରିବା ପାଇଁ ଟ୍ରାଏ କରୁଛନ୍ତି । କ୍ୟାମେରାମ୍ୟାନ ଫଟୋ କ୍ଲିକ କରିବାର କିଛି ସେକେଣ୍ଡ ପରେ ଡଙ୍ଗା ଓଲଟିଯାଏ ଏବଂ ଦୁହେଁ ନଦୀରେ ପଡିଯାଆନ୍ତି । ଏହା ପରେ ଦୁହିଁଙ୍କ ପରଫେକ୍ଟ ସଟ ଦେଖିବାକୁ ମିଳିଛି ଯାହା ଖୁବ ସୁନ୍ଦର ହୋଇଛି ।

ଏହି ଭିଡିଓକୁ ୱେଡପ୍ଲାନର ୱେଡିଂ ଷ୍ଟୁଡିଓ ସେୟାର କରିଛନ୍ତି । ବିଡିଓରେ ନଜର ଆସିଥିବା କପଲଙ୍କ ନାମ ତିଜିନ ଏବଂ ଶିଳ୍ପା । ଦୁହେଁ ପମ୍ବା ନଦୀରେ ଫଟୋସୁଟ କରୁଥିଲେ । ତେବ କହିରଖୁଛୁ ଯେ, ଡଙ୍ଗାଟି ପଲଟିବାର ଆଇଡିଆ ଷ୍ଟୁଡିଓର ଥିଲା । କପଲ ମଧ୍ୟ ଏହା ବିଷଷୟରେ କିଛି ଜାଣିିନଥିଲେ । ଭିଡିଓକୁ ସୋମବାର ଅପଲୋଡ କରାଯାଇଛି । ଏ ପର୍ଯ୍ୟନ୍ତ ଏହି ଭିଡିଓରେ ୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More