Only for Entertainment

ଯୋଦ୍ଧା ହୋଇ ଅକ୍ଷୟ କୁମାର ଶତୃଙ୍କୁ ଏଭଳି ଚଟାଇଲେ ଧୁଳି, ଦେଖନ୍ତୁ କେଶରୀ ଟ୍ରେଲର !

23

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ କେସରୀର ଟ୍ରେଲର ରିଲିଜ ହୋଇଛି । ୩.୦୪ମିନିଟର ଏହି ଟ୍ରେଲରରେ ଜଣେ ଯୋଦ୍ଧାଙ୍କ ଭଳି ଅକ୍ଷୟ ଶତୃମାନଙ୍କ ସହ ଲଡୁଥିବାର ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି । ଫିଲ୍ମରେ ପରିଣିତି ଚୋପ୍ରା ମଧ୍ୟ ଅଛନ୍ତି, ଯାହାଙ୍କ ଟିକେ ଝଲକ କିଛି ସେକେଣ୍ଡ ପାଇଁ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରକୁ ଅକ୍ଷୟ କୁମାର ଟ୍ୱିଟରରେ ଶେୟାର କରିଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଭାବେନଜର ଆସିବେ ପରିଣୀତି ଚୋପ୍ରା ।

ଏଠାରେ ଆମେ କହି ରଖୁଛୁ ଯେ ‘କେସରୀ’ ଇଶ୍ୱର ସିଂଙ୍କ ଭୂମିକାରେ ନଜର ଆସିବେ । ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁରାଗ ସିଂ । ୧୮୯୭ରେ ବ୍ରିଟିଶ ଭାରତୀୟ ସେନାଙ୍କର ଏକ ଛୋଟ ଅଂଶ ଏବଂ ଆଫଗାନ ସେନାଙ୍କ ମଧ୍ୟରେ ହୋଇଥିବା ବ୍ୟାଟଲ ଅଫ ସାରାଗଢୀ ଉପରେ ଏହା ଆଧାରିତ । ଏହି ଯୁଦ୍ଧରେ ବ୍ରିଟିଶ ଭାରତୀୟ ସେନାର କେବଳ ୨୧ ଶିଖ ଜବାନ ୧୦ହଜାର ଆଫଗାନ ସେନାଙ୍କ ସାମ୍ନା କରିଥିଲେ । ଧର୍ମା ପ୍ରଡକ୍ସନରେ ହୋଇଥିବା ଏହି ଫିଲ୍ମ ୨୧ମାର୍ଚ୍ଚ, ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More