Only for Entertainment

ଶ୍ୱଶୁର ଘରେ ଏହି ବ୍ୟକ୍ତି ପ୍ରିୟଙ୍କାଙ୍କୁ କରୁନଥିଲେ ପସନ୍ଦ, ବିବାହର ତିନି ମାସ ପରେ ଖୁଲାସା ।

bollywood tadka
59

ଗତ ବର୍ଷ ଡିସେମ୍ବର ମାସରେ ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡ ସିଙ୍ଗର ନିକ ଜୋନସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହର ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା । କାରଣ ନିକ ପ୍ରିୟଙ୍କାଙ୍କ ଠାରୁ ବୟସରେ ୧୦ ବର୍ଷ ସାନ । ପ୍ରିୟଙ୍କାଙ୍କୁ ନିକଙ୍କ ସାରା ପରବାର ଗୋଟିଏ ଦେଖାରେ ପସନ୍ଦ କରି ଦେଇଥିଲେ । ଅନ୍ୟ ପକ୍ଷରେ ନିକଙ୍କ ପରିବାରରେ ଜଣେ ଏଭଳି ବ୍ୟକ୍ତି ଥିଲେ ଯିଏ ପ୍ରିୟଙ୍କାଙ୍କୁ ପସନ୍ଦ କରୁନଥିଲେ । ଏଭଳିକି କିଛି ଥର ତାଙ୍କ ସହିତ ଖରାପ ବ୍ୟବହାର ମଧ୍ୟ ହୋଇଥିଲା । ଏକ ଚ୍ୟାଟ ଶୋ ମାଧ୍ୟମରେ ନିକଙ୍କ ବଡ଼ ଭାଇ କେବିନ ସ୍ପଷ୍ଟ କରିଛନ୍ତି ।
କେବିନଙ୍କ କହିବା ଅନୁସାରେ ତାଙ୍କ ସାନ ଝିଅ ଭାଲେଂଟିନା ପ୍ରିୟଙ୍କାଙ୍କ ସହିତ ସହଜ ମନେ କରୁନଥିଲା । ସେଥିପାଇଁ ତାକୁ ଖୁବ ସମୟ ମଧ୍ୟ ଲାଗିଲା । ଏବେ କିନ୍ତୁ ପୂର୍ବଭଳି ନାହିଁ । ଦୁଇଜଣଙ୍କ ସଂପର୍କ ଖୁବ ଭଲ ହୋଇଯାଇଛି ଏବଂ ସେ ପ୍ରିୟଙ୍କାଙ୍କୁ ନେଇ ଖୁବ ପ୍ରୋଟେକ୍ଟିଭ ।

ଯେତେବେଳେ ପ୍ରିୟଙ୍କା ନିକଙ୍କୁ ସାକ୍ଷାତ କରୁଥିଲେ ଏବଂ ତାଙ୍କ କାନ୍ଧରେ ହାତ ରଖୁଥିଲେ, ସେହି ସମୟରେ ଭାଲେଂଟିନାଙ୍କୁ ଖୁବ ଖରାପ ଲାଗୁଥିଲା । ଏହା ସହିତ ଯଦି ସେ ଯଦି ପାଖରେ ଥାଆନ୍ତି ତେବେ ସେ ପ୍ରିୟଙ୍କାଙ୍କ ହାତକୁ ବାହାର କରିଦିଅନ୍ତି । ଏବେ ସେ ବୁଝିଗଲାଯେ ପ୍ରିୟଙ୍କା ମଧ୍ୟ ଆମ ପରିବାରର ଜଣେ ସଦସ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More