Only for Entertainment

କେଜିଏଫ ୨ରେ ରବୀନା ଟଣ୍ଡନ, ବନିବେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ !

23

ବଲିଉଡ ଷ୍ଟାର ରବୀନା ଟଣ୍ଡନ ସୁପରହିଟ ଫିଲ୍ମ କେଜିଏଫ’ର ସିକ୍ୱେଲରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ରବୀନା ଶେଷ ଥର ଡ୍ରାମା ଥ୍ରିଲର ଫିଲ୍ମ ‘ମାତ୍ତ’ରେ ନଜର ଆସିଥିଲେ ।

କନ୍ନଡ ସୁପରଷ୍ଟାର ୟଶ ଷ୍ଟାରର କେଜିଏଫକୁ ହାଇ ବଜେଟ ପିରିୟଡ ଡ୍ରାମା ବୋଲି ବିବେଚିତ କରାଯାଇଛି । ନିକଟରେ ଇଂଟରନେଟରେ ଅନେକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ ଅଭିନେତ୍ରୀ ରବୀନା ଆଉ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ସିକ୍ୱେଲରେ ଯୋଡି ହୋଇଥିବା ସୂତ୍ରରୁ ପ୍ରକାଶ ଯେ ରବୀନା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ନଜର ଆସିବେ ଏବଂ ଏହି ଫିଲ୍ମ ଖୁବ ମହତ୍ୱପୂର୍ଣ୍ଣ ।

ସୂତ୍ର ଅନୁସାରେ ସୁଟିଂ ଆରମ୍ଭ ହୋଇସାରିଲାଣି ଏବଂ ମେକର୍ସ ସିକ୍ୱେଲର ପ୍ରଥମ ପାର୍ଟ ଠାରୁ ମଧ୍ୟ ବଡ ବନାଇବା ପାଇଁ ଚାହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More