Only for Entertainment

ଆରମ୍ଭ ହେଲା ‘କେଜିଏଫ ଚ୍ୟାପ୍ଟର ୨’ର ସୁଟିଂ, ସୋସିଆଲ ମିଡିଆରେ ସେୟାର କଲେ ପୂଜାର ଫଟୋ

Inkhabar
31

କେଜିଏିଫ ଚ୍ୟାପ୍ଟର ୧ ପରେ ଦର୍ଶକ କେଜିଏଫ ଚ୍ୟାପ୍ଟର ୨ କୁ ଅ ପେକ୍ଷା କରି ରହିଥିଲେ । ଏବେ ଦର୍ଶକଙ୍କ ଏହି ଅପେକ୍ଷା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ଆଜ୍ଞା ହଁ, ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ‘ର ସୁଟିଂ ଆରମ୍ଭ ହୋଇସାରିଛି । କିଛି ଘଣ୍ଟା ପୂର୍ବରୁ ଟ୍ରେଡ ଆନା ଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କିଛି ଫଟୋ ସେ ୟାର କରିଛନ୍ତି । ଯେଉଁଥିରେ ପୂରା ଟିମ ଚ୍ୟାପ୍ଟର ୨ ର ସୁଟିଂ ଆରମ୍ଭ କରିବା ପୂର୍ବରୁ ପୂଜା ଅର୍ଚ୍ଚନା କରୁଛନ୍ତି ।

କହିରଖୁଛୁ ଯେ କେଜିଏଫ ଚ୍ୟାପ୍ଟର ୧ରେ ୟଶ ଏବଂ ଶ୍ରୀନିଧୀ ଶେଟ୍ଟୀ ମୁଲଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ୟଶଙ୍କ ଆକ୍ସନକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ଶାହରୁଖ କାନଙ୍କ ଫିଲ୍ମ ଜିରୋକୁ ଟକ୍କର ଦେଇ ଭଲ ବ୍ୟବସାୟ କରିଥିଲା ।

ଚ୍ୟାପ୍ଟର-୧ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତେଲଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ଭାଷାରେ ରିଲିଜ କରାଯିବ । ଶୁଣିବାକୁ ମିଳୁଛି ଯେ କେଜିଏଫ ଚ୍ୟାପ୍ଟର ୨ରେ ବଲିଉଡ ଅଭିନେତା ସଂଜୟ ଦତ୍ତ ୟଶଙ୍କ ସହିତ ଏକ ଦମଦାର ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More