Only for Entertainment

ଝିଅର ଦୁଃଖ ଦେଖି ସହି ପାରିଲେନି କେଜିଏଫର ରକି, ଖୁବ ଜୋରରେ କନ୍ଦିବାକୁ ଲାଗିଲେ ଆକ୍ଟର

India Today
120

କନ୍ନଡ ସିନେମାର ରକିଂ ଷ୍ଟାର ୟଶ ଫିଲ୍ମ ‘କେଜିଏଫ’ ଜରିଆରେ ବକ୍ସ ଅଫିସରେ ଖୁବ ଧମାଲ କରିଥିଲେ । ଏହି ଫିଲ୍ମ ପାଇଁ ୟଶଙ୍କୁ ଖୁବ ଲୋକପ୍ରିୟତା ହାସିଲ ହୋଇଥିଲେ । କିନ୍ତୁ ଏହି ସୁପରଷ୍ଟାର ନିଜ ଝିଅର ଦୁଃଖକୁ ଦେଖି ନିଜ କାନ୍ଦକୁ ରୋକି ପାରି ନାହାଁନ୍ତି ।

ଅସଲରେ ୟଶ ଏବଂ ତାଙ୍କ ପତ୍ନୀ ଝିଅ ଆର୍ଯ୍ୟାଙ୍କୁ କାନ ଫୋଡାଇବା ପାଇଁ ନେଇଥିଲେ । କାନ ଫୋଡାଇବା ସମୟରେ ଆର୍ଯ୍ୟା ଖୁବ ଜୋରରେ କାନ୍ଦିବାକୁ ଲାଗିଲେ । ଏହାକୁ ଦେଖି ୟଶ ନିଜ ଲୁହକୁ ଆୟତ କରିପାରିଲେ ନାହିଁ ଏବଂ ଖୁବ ଜୋରରେ କାନ୍ଦିବାକୁ ଲାଗିଲେ । ୟଶଙ୍କ ପତ୍ନୀ ରାଧିକା ପଣ୍ଡିତ ଖୋଦ ଏହି ବିଷୟରେ ଇଂଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଛନ୍ତି ।

 

ନିକଟରେ ରାଧିକା ନିଜର ଏବଂ ଝିଅ ଆର୍ଯ୍ୟାର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଆମେ ଆର୍ଯ୍ୟାର କାନ ଫୋଡାଇଛୁ । କୌଣସି ପ୍ୟାରେଣ୍ଟସଙ୍କ ପାଇଁ ଏହା କଠିନ ସମ ୟ । ଆର୍ଯ୍ୟାକୁ ଜୋରରେ କାନ୍ଦୁଥିବାର ଦେଖି ଆମେ ହୃଦୟ ଭାଙ୍ଗି ଗଲା । ପ୍ରଥମଥର ମୁଁ ସୁପରଷ୍ଟାଙ୍କ ଆଖିରେ ଲୁହ ଦେଖିଲି । ଅନୁଭବ ହେଲା କେତେ ଅମୂଲ୍ୟ ଏହି ବଣ୍ଡିଂ । ଏବେ ଚିନ୍ତା କରିବାର କିଛି ନାହିଁ ବାପା ଝିଅ ଭଲ ଅଛନ୍ତି ।’ ରାଧିକାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କ ଖୁବ କମେଣ୍ଟ ଆସିବାରେ ଲାଗିଛି ।

 

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ୟଶ ଖୁବ ଶୀଘ୍ର ଫିଲ୍ମ ‘କେଜିଏଫ ୨’ରେ ନଜର ଆସିବେ । ଫିଲ୍ମକୁ ଫ୍ୟାନ୍ସ ଖୁବ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ପ୍ରଥମ ପାର୍ଟ ଭଳି ଏହି ପାର୍ଟ ମଦ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More