Only for Entertainment

ବଦଳିଲା ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମର ତାରିଖ, ଏହି ଦିନ ହେବ ଫିଲ୍ମ ରିଲିଜ !

33

ବଲିଉଡ କଳାକାର ସୋନାକ୍ଷୀ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଖାନଦାନୀ ଶଫାଖାନ’ର ରିଲିଜ ତାରିଖ ବଦଳାଯାଇଛି । କିଛି ଦିନ ପୂର୍ବେ ଏହାର ଟ୍ରେଲର ସାମ୍ନାକୁ ଆସିଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ଫିଲ୍ମରେ କିଛି ନିଶ୍ଚୟ ମଜାଦାର ହେବ ଯାହାକୁ ଦର୍ଶକ ଖୁବ ପସନ୍ଦ କରିବେ । ଏଠାରେ ଆମେ କହି ରଖୁଛୁ ଯେ ବରୁଣ ଶର୍ମା ଏବଂ ରାପର ବାଦଶାହଙ୍କ ଖାନଦାନୀ ଶଫାଖାନର ରିଲିଜ ତାରିଖ ଆଉ ଗୋଟେ ସପ୍ତାହ ଆଗକୁ ବଢାଯାଇଛି ।

ଖବର ମୁତାବକ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନଦାନୀ ଶଫାଖାନ’ ଏବେ ୨ଅଗଷ୍ଟରେ ସିନେମା ଘରେ ରିଲିଜ ହେବ । ଏହାପୂର୍ବରୁ ଫିଲ୍ମର ରିଲିଜ ତାରିଖ ଥିଲା ୨୬ଜୁଲାଇ । ଏଠାରେ ଆମେ କହି ରଖୁଛୁ ଯେ ୨ଅଗଷ୍ଟରେ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ ‘ଜାବରିୟା ଯୋଡି’ ସହ ଟକ୍କର ଦେବେ । ଏବେ ଦେଖିବାକୁ ବାକି ରହିଲା କେଉଁ ଫିଲ୍ମ ଲୋକଙ୍କ ମନକୁ କିଣି ପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More