Only for Entertainment

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ‘ଖାନଦାନି ଶଫାଖାନା’ର ପାର୍ଟି ସଙ୍ଗ୍ ‘କୋକା’ !

20

ବଲିଉଡି ପରଦାରେ ଦେଖିବାକୁ ମିଳିବ ଦବଙ୍ଗ ସୁନ୍ଦରୀଙ୍କ ଫନି ଅନ୍ଦାଜ୍ । ଆଗାମୀ କମେଡି – ଡ୍ରାମା ଫିଲ୍ମ ‘ଖାନଦାନି ଶଫାଖାନା’ ରେ ସୋନାକ୍ଷୀ ସିହ୍ନାଙ୍କ କମେଡି ରୋଲ୍ ଦେଖିବାକୁ ମିଳିବ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ହାପି ଫିର୍ ଭାଗ୍ ଜାଏଗିରେ ଜବରଦସ୍ତ କମେଡି ପରଶି ଦର୍ଶଖଙ୍କୁ ଏଂଟରଟେନ୍ କରିଥିବା ସୋନାକ୍ଷୀ ପୁଣିଥରେ ଅଡିଏନ୍ସଙ୍କୁ ହସାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତାଙ୍କର ଏହି ଅପକମିଂ ସିନେମାର ପାର୍ଟି ସଙ୍ଗ୍ ‘କୋକା’ ମୁକ୍ତିଲାଭ କରିଛି ।

ଆଗାମୀ ବଲିଉଡ୍ ଫିଲ୍ମ ‘ଖାନଦାନି ଶଫାଖାନା’ର ପାର୍ଟି ସଙ୍ଗ୍ ‘କୋକା’ ମୁକ୍ତିଲାଭ କରିଛି । ଗୀତରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ବରୁଣ ଶର୍ମା ଏବଂ ବାଦଶାହଙ୍କୁ ଦେଖିବାକୁ ମିଳିଛି । ତନିଷ୍କ ବାଗଚିଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଜଶବିର୍ , ବାଦଶାହ୍ ଏବଂ ଧ୍ୱନି ଭାନୁଶାଳୀ । ଚଳଚ୍ଚିତ୍ର ‘ଖାନଦାନି ଶଫାଖାନା’ ଏକ କମେଡି – ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଛି ।

ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ତାଙ୍କ ବ୍ୟତୀତ ବରୁଣ ଶର୍ମା, ର‌୍ୟାପର୍ ବାଦଶାହଙ୍କ କମେଡି ଅନ୍ଦାଜ୍ ଦେଖିବାକୁ ମିଳିବ ଏହି ସିନେମାରେ । ପ୍ରଥମ ଥର ପାଇଁ ର‌୍ୟାପର୍ ବାଦଶାହଙ୍କ ଅଭିନୟ ଦେଖିବାକୁ ମିଳିବ । ଭୂଷଣ କୁମାର୍ ଏବଂ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶିଳ୍ପୀ ଦାସ ଗୁପ୍ତା । ୨୬ ଜୁଲାଇରେ ମୁକ୍ତିଲାଭ କରିବ ଏହି କମେଡି ଫିଲ୍ମ ଖାନଦାନି ଶଫାଖାନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More