Only for Entertainment

ଯେତେବେଳେ ଆଖି ବନ୍ଦ କରି ଭାରତୀକୁ ମେକଅପ କଲେ ହର୍ଷ ।

aajtak
28

କଲର୍ସ ଟିଭି ଚ୍ୟାନେଲର ଚର୍ଚ୍ଚିତ ରିଆଲିଟି ଶୋ ଖତରୋଁ କେ ଖିଲାଡ଼ୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଟିଆରପି କଥା ଆଲୋଚନା କରିବା ତ ଏହା ଟପ ୧୦ ମଧ୍ୟରେ ସ୍ଥାନ ସୃଷ୍ଟି କରି ସାରିଛି । ଏହି ରିଆଲିଟି ଶୋ’ରେ ଟିଭି ସେଲିବ୍ରେଟୀ ମାନେ ଖୁବ ଭୟଙ୍କର ଷ୍ଟଂଟ କରୁଛନ୍ତି । କମେଡ଼ିଆନ ଭାରତୀ ମଧ୍ୟ ପତି ହର୍ଷ ସହିତ ନଜର ଆସୁଛନ୍ତି । ଅଧିକାଂଶ ସମୟରେ ରୋହିତ ସେଟ୍ଟୀ ଭାରତୀଙ୍କୁ ଫନି ଅନ୍ଦାଜରେ ଟାସ୍କ କରାଉଛନ୍ତି । ସେଠାରେ ମଧ୍ୟ କମେଡ଼ିର ତଡ଼କା ଦେଉଛନ୍ତି ଭାରତୀ । ନିକଟରେ ତାଙ୍କୁ ନେଇ ଆସିଛି ଏକ ମଜାଦାର ଖବର ।

ବାସ୍ତବରେ ରୋହିତ ସେଟ୍ଟୀ ଏହି ଟାସ୍କ ତିଆରି କରିଥିଲେ । ଏହିଥର ଏପିସୋଡରେ ତାହା ଦେଖିବାକୁ ମିଳିବ । ଯେଉଁଥିରେ ପୁନିତ ଏବଂ ହର୍ଷଙ୍କୁ ମେକଅପ କିଟ ଦିଆଯିବ ସମୀତା ଏବଂ ଭାରତୀଙ୍କୁ ମେକଅପ କରିବା ପାଇଁ । କିନ୍ତୁ ଖେଳରେ ଆସିବ ଟ୍ୱିଷ୍ଟ । ପୁନିତ ଏବଂ ହର୍ଷଙ୍କ ଆଖିରେ ପଟି ବନ୍ଧାଯିବ । କିନ୍ତୁ ଭାରତୀ ଏବଂ ସମୀତା ପଟି ବାହାର କରିବା ବେଳେ ସମସ୍ତ ପ୍ରତିଯୋଗୀ ହସିବାକୁ ଲାଗିବେ । ଯାହାର କାରଣ ହେଉଛି ଅଜବ ମେକଅପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More