Only for Entertainment

ଜାହ୍ନବୀଙ୍କ ପରେ ଏହି ସୁପରଷ୍ଟାରଙ୍କ ପୁଅ ସହିତ ବଲିଉଡରେ ଡେବ୍ୟୁ କରିବେ ଭଉଣୀ ଖୁସି କପୁର ।

Zee News - India.com
0 33

ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସ ମାନଙ୍କର ରାଜ ଚାଲିଛି ।ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ସୈଫ ଅଲି ଖାନଙ୍କ ଝିଅ ସାରା ଅଲ୍ଲି ଖାନଙ୍କ ଠାରୁ ଆରମ୍ଭ କରି ସନୟା କପୁର, କରନ ଦେଓଲ ଓ ଅଭିମନ୍ୟୁ ଦସାନି ଭଳି ଷ୍ଟାର କିଡସ୍ ଏବେ ବଲିଉଡରେ ପାଦ ଦେଇଥିବା ବେଳେ ଏବେ ଏହି ଟ୍ରେଣ୍ଡରେ ଅନ୍ୟ ଦୁଇ ଜଣ ଷ୍ଟାର କିଡ୍ସଙ୍କ ନାମ ଯୋଡି ହୋଇଯାଇଛି । ଖୁବ୍ ଶୀଘ୍ର ଏହି ଦୁଇ ଷ୍ଟାର କିଡସ ବଲିଉଡରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଏମାନେ ଅନ୍ୟ କେହି ନୁହଁନ୍ତି । ସେମାନେ ହେଉଛନ୍ତି ବଲିଉଡର କିଙ୍ଗ ଖାନ୍ ଙ୍କ ପୁଅ ଆର୍ୟନ ଖାନ୍ ଓ ଶ୍ରୀଦେବିଙ୍କ ସାନ ଝିଅ ଖୁସି କପୁର ।

ସୂଚନା ଅନୁଯାୟୀ କରନ ଜୋହର ଖୁସି ଓ ଆୟନଙ୍କୁ ଏକା ସାଥିରେ ଲଞ୍ଚ କରିବେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ସେ ଉଭୟ ଆୟନ ଓ ଖୁସିଙ୍କୁ ଗ୍ରୁମିଙ୍ଗ ଟିପ୍ସ ମଧ୍ୟ ଦେଉଛନ୍ତି । ଏଇ କିଛି ଦିନ ହେବ ଖୁସି ଦିନକୁ ଦିନ ଅଧିକ ଗ୍ଲାମର୍ସ ଦେଖାଯାଉଛନ୍ତି । । ଅନ୍ୟ ଅର୍ଥରେ କୁହାଯାଇ ପାରିବଯେଏହା କରନ ଜୋହରଙ୍କ କମାଲ । ବୋନି କପୁରଙ୍କ ତରଫରୁ ମଧ୍ୟ ଖୁସିଙ୍କୁ ବଲିଉଡରେ ଏଣ୍ଟି କରିବା ପାଇଁ ସ୍ୱୀକୃତି ମିଳି ସାରିଛି । ବୋନିଙ୍କ କହିବାନୁସାରେ ଯଦି, ଖୁସି କରନ ଜୋହରଙ୍କ ସହ ଡେବ୍ୟୁ କରିବେ ସେ ମଧ୍ୟ ଜାହ୍ନବୀଙ୍କ ଭଳି ସଫଳତା ହାସଲ କରିପାରିବେ । ଏଥିପାଇଁ ସେ ଖୁସିର ବଲିଉଡରେ ଡେବ୍ୟୁ କରିବାର ଦାୟିତ୍ୱ କରନଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

କରନ ଏହି ବର୍ଷ ଖୁସିଙ୍କ ବଡ ଭଉଣୀ ଜାହ୍ନବୀଙ୍କୁ ଲଞ୍ଚ କରିସାରିଛନ୍ତି । ଫିଲ୍ମରେ ଶାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର ନଜର ଆସିଥିଲେ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ସଫଳତା ମଧ୍ୟ ହାସଲ କରିଛି । ଦର୍ଶକ ମଧ୍ୟ ଜାହ୍ନବୀ ଓ ଈଶାନଙ୍କ ଯୋଡିକୁ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ କରନ ଏହି ଦୁଇ ନୁଆ ଷ୍ଟାର କିଡ୍ସଙ୍କୁ ରୂପେଲି ପରଦାରେ ଦେଖାଇବା ପାଇଁ ପ୍ରସ୍ତୁତ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More