Only for Entertainment

ଜାହ୍ନବୀ ଖାସ ଅନ୍ଦାଜରେ ଭଉଣୀ ଖୁସୀଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା, ଦେଖନ୍ତୁ

DNA India
28

ଶ୍ରୀଦେବୀଙ୍କ ଝିଅ ଖୁସୀ କପୁର ଆଜି ନିଜର ୧୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ ଅବସରରେ ଖୁସୀଙ୍କ ବଡ ଭଉଣୀ ଅର୍ଥାତ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କୁ ଖାସ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଇଂଷ୍ଟାଗ୍ରାମରେ ଜଦନ୍ମଦିନର ଶୁଭେଚ୍ଛା ଜଣାଇ ଜାହ୍ନବୀ ଖୁସୀଙ୍କ ସହିତ ଅନେକ ଅଣଦେଖା ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହା ସହିତ ଫଟୋ ଏବଂ ଭିଡିଓ ସେୟାର କରି ଜାହ୍ନବୀ ଲେଖିଛନ୍ତି, ‘ମୋତେ ତୋ ଉପରେ ଗର୍ବ ଅନୁଭବ ହେଉଛି । ତୁ ମୋ ଲାଇଫଲାଇନ । ଜନ୍ମଦିନର ଶୁଭେଚ୍ଛା । ମୁଁ ବହୂୁତ ମିସ କରୁଛି ।’

 

View this post on Instagram

 

I’m so proud of you. You’re my lifeline. Happy birthday I miss you so much ❤️❤️❤️❤️

A post shared by Janhvi Kapoor (@janhvikapoor) on

ଜାହ୍ନବୀ ସେୟାର କରିିଥିବା ଫଟୋ ଏବଂ ଭିଡିଓରେ ଦୁହେଁ ଖୁବ ସୁନ୍ଦର ଲାଗୁଛନ୍ତି । କହିରଖୁଛୁ ଯେ, ଖୁସୀ କପୁର ଏବେ ବିଦେଶରେ ପଢୁଛନ୍ତି । ଖୁସୀ ପ୍ରତିଷ୍ଠିତ ନ୍ୟୁୟର୍କ ଫିଲ୍ମ ଏକାଡୋମୀରେ ପଢୁଛନ୍ତି । କୁହାଯାଉଛି ଯେ ପଢା ପୂରା କରିବା ପରେ ସେ ବଲିଉଡରେ ନଜ କ୍ୟାରିଅର ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More