Only for Entertainment

ଶାହରୁଖ ଖାନଙ୍କ ପୁଅ ଆର‌୍ୟନ ଖାନଙ୍କ ସହିତ ପରଦାରେ ନଜର ଆସିବେ ଖୁସି କପୁର

bollywoodtadka
23

ବୋନି କପୁର ଏବଂ ଦିବଙ୍ଗ ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବେ ଖୁବ ଚର୍ଚ୍ଚାରେ । ଖୁସି ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କର ବଲିଉଡ ଡେବ୍ୟୁ । ଖବର ଅନୁସାରେ ଖୁସି କପୁର ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ । ଏହା ପୂର୍ବରୁ ଖୁସି କପୁରଙ୍କ ବଡ ଭଉଣୀ ଜାହ୍ନବୀ କପୁର ବଲିଉଡରେ ଡେବ୍ୟୁ କରିଥିଲେ ।

କିଛି ଦିନରୁ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଖୁସି ଶାହରୁଖ ଖାନଙ୍କ ପୁଅ ଆରନ୍ୟ ଖାନଙ୍କ ସହ କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ । କିନ୍ତୁ ଏହି ବିଷୟର ଏପର୍ଯ୍ୟନ୍ତ କିଛି ଘୋଷଣା କରାଯାଇନାହିଁ ।

ନିକଟରେ ଜାହ୍ନବୀ ଖୁଲାସା କରିଥିଲେ ଯେ ଖୁସି ଫିଲ୍ମରେ କାମ କରିବା ପାଇଁ ଆଗ୍ରହୀ । ଏକ ଚ୍ୟାଟ ଶୋ’ରେ ଜାହ୍ନବୀ କରିଥିଲେ ଖୁସୀ ବଲିଉଡ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ନ୍ୟୁୟର୍କ ଫିଲ୍ମ ଏକାଡୋମୀରେ ଆକ୍ଟିଂ କୋର୍ସ ଜଏନ କରିବେ । ଏହି କୋର୍ସ ଶେଷ କରିବା ପରେ ସେ ନିର୍ଣ୍ଣୟ ନେବେ ସେ କ’ଣ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More