Only for Entertainment

ରିଲିଜ ହେଲା ‘ଜବରିଆ ଯୋଡି’ର ଇମେସନାଲ ଗୀତ ‘କି ହୋନ୍ଦା ପ୍ୟାର’, ଦେଖନ୍ତୁ

you tube
64

ପରିଣୀତି ଚୋପ୍ରା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିଆ ଯୋଡି’ର ନୂଆ ଗୀତ ‘କି ହୋନ୍ଦା ପ୍ୟାର’କୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମରେ ଏହି ଇମୋସନାଲ ଟ୍ରାକରେ ପରିଣୀତି ଏବଂ ସିଦ୍ଧାର୍ଥଙ୍କ ଉପରେ ଦର୍ଶାଯାଇଛି ।

ଫିଲ୍ମର ଏହି ନୂଆ ଗୀତରେ ସିଦ୍ଧାର୍ଥ ଏବଂ ପରିଣୀତି ନିଜ ଛୋଟ ବେଳ ପ୍ରେମକୁ ମନେପକାଉଥିବା ଦେଖିବାକୁ ମିଳିଛି । ଦୁହେଁ ଏକାଠୀ ହେବାକୁ ଚାହିଁ ମଧ୍ୟ କିଛି କାରଣ ପାଇଁ ଏକାଠି ହୋଇପାରୁନଥିବା ଗୀତରେ ଦେଖିବାକୁ ମିଳିଛି । ପୂର୍ବ ଗୀତ ଗୁଡିକ ପରି ଏହି ଗୀତକୁ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଗୀତରେ ନିଜର ଆକର୍ଷଣୀୟ ଭଏସ ଦେଇଛନ୍ତି ଅରିଜୀତ ସିଂ ଏବଂ ରାଜ ଶେଖର ।

ପୂର୍ବରୁ ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ ହୋଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମର କାହଣୀ ବିହାରର ପକଡୱା ବିବାହ ଉପରେ ଆଦାରିତ । ଫିଲ୍ମରେ ସିଦ୍ଧାର୍ଥ ଏବଂ ପରିଣୀତିଙ୍କ ବ୍ୟତିତ ଜାବେଦ ଜାଫରୀ, ଅପାରଶକ୍ତି ଖୁରାନା, ସମଜୟ ମିଶ୍ରାଙ୍କ ପରି କଳାକାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୨ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More