Only for Entertainment

ରିଅଲ ଲାଇଫରେ ବୟଫ୍ରେଣ୍ଡ ରଖିବାକୁ କିଆରାଙ୍କୁ ଅନୁମତି ଦେଇନଥିଲେ ମା’ !

Bollyworm
39

ନିଜ ଆଗାମୀ ଫିଲ୍ମ କବିର୍ ସିଂର ପ୍ରମୋସନରେ ବ୍ୟସ୍ତ ଅଭିନେତ୍ରୀ କିଆରା ଆଡଭାନୀ । ସିନେମାରେ ତାଙ୍କୁ ସାହିଦ୍ କପୁରଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିବ । ଫିଲ୍ମରେ ସାହିଦଙ୍କ ଗର୍ଲଫ୍ରେଣ୍ଡ ଭାବେ ନଜର ଆସିବେ କିଆରା । ତେବେ ରିୟଲ୍ ଲାଇଫରେ ବୟଫ୍ରେଣ୍ଡ ରଖିବାକୁ ତାଙ୍କୁ ଅନୁମତି ଦେଇ ନଥିଲେ କିଆରାଙ୍କ ମାଆ । ଏମିତି ଏକ କଥାର ଖୁଲାସା କରିଛନ୍ତି କିଆରା । ନିକଟରେ ଫିଲ୍ମର ପ୍ରମୋସନ୍ ବେଳେ କିଆରା ଏମିତି କିଛି କଥା ସେୟାର୍ କରିଛନ୍ତି ମିଡିଆ ସହ ।

କିଆରା କହିଛନ୍ତି, ଯେତେବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲେ ତାଙ୍କର ଏକ ସାଥିକୁ ଡେଟ୍ କରୁଥିଲେ । ଆଉ ଏହି କଥା ତାଙ୍କ ମାଆ ଜାଣିବା ପରେ ତାଙ୍କୁ ବ୍ରେକ୍ ଅପ୍ କରିବାକୁ ବାଧ୍ୟ କରିଥିଲେ । ତାଙ୍କ ମାଆଙ୍କ କହିବା କଥା ଥିଲା, ସେତେବେଳେ କିଆରା ବହୁତ ସାନ ଥିଲେ ଆଉ ପାଠ ପଢା ପ୍ରତି ଗୁରୁତ୍ୱ ଦେବା ଜରୁରିଥିଲା । ନିଜ ଟିନଏଜ୍ ସମୟର ଏହି ଅନୁଭୂତି ଫ୍ୟାନ୍ସଙ୍କ ସହ ସେୟାର୍ କିରଛନ୍ତି କିଆରା ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘କବିର ସିଂ’ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଏହି ଫିଲ୍ମ ଜରିଆରେ ସାହିଦ ଏବଂ କିଆରା ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠୀ ନଜର ଆସିବେ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More