Only for Entertainment

ଧମାକାଦାର ଅଡ଼ିଓ ପରେ ରିଲିଜ ହେଲା ‘କିକି ଚ୍ୟାଲେଂଜ’ର ଭିଡ଼ିଓ । ୟୁଟ୍ୟୁବରେ ୩୨ କୋଟିରୁ ଅଧିକ ରେସପନ୍ସ ।

amarujala
0 37

କାନାଡ଼ିଆନ ର୍ୟାପର ସିଙ୍ଗରଙ୍କର ଅଡ଼ିଓ ଗୀତ ‘କିକି ଚ୍ୟାଲେଂଜ’ରେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ସାଜିଛି । ଭାରତରୁ ଆରମ୍ଭ କରି ଅନ୍ୟ ଦୋ ମାନଙ୍କରେ କେହି ନା କେହି ଏହି ଗୀତରେ ଡ୍ୟାନ୍ସ କରିବାକୁ ଇଛା କରୁଛନ୍ତି । କିକି ଚ୍ୟାଲେଂଜର ଅଡ଼ିଓ ପରେ ଏବେ ଏହାର ଅଫିସିଆଲ ଭିଡ଼ିଓକୁ ରିଲିଜ କରାଯାଇଛି । କିକି ଚ୍ୟାଲେଂଜରୁ ପ୍ରେରିତ ଏହି ଗୀତର ନାମ ‘ଇନ ମାଇ ଫିଲିଙ୍ଗସ’ । ଏହି ଗୀତକୁ କାନାଡ଼ିଆନ ର୍ୟାପର ଏବଂ ସିଙ୍ଗର ଡ୍ରେକ ଗାଇଛନ୍ତି ।

ଡ୍ରେକଙ୍କ ଏହି ଗୀତ ସହିତ ହଲିଉଡ ଆକ୍ଟର ୱିଲ ସ୍ମିଥଙ୍କ ସମେତ ଡିଜେ ଖାଲିନ୍ଦଙ୍କ ଭଳି ଅନ୍ୟ କେତେକ ପ୍ରସିଦ୍ଧ ଆକ୍ଟର ନଜର ଆସିଛନ୍ତି । ଏତିକି ନୁହେଁ ଡ୍ରେକଙ୍କ ଗୀତ ରଲିଜ ହେବାପରେ ୟୁଟ୍ୟୁବରେ ଖୁବ ଧୁମ ମଚାଉଛି । ଏପର୍ଯ୍ୟନ୍ତ ଏହି ଗୀତକୁ ୩୨ କୋଟିରୁ ଅଧିକ ଥର ଦେଖାସରିଛି ।

ଏହି ଚ୍ୟାଲେଂଜକୁ ପୂରା କରିବା ପାଇଁ କୌଣସି ବ୍ୟକ୍ତି ଏକ ଚଳନ୍ତା ଗାଡ଼ିର ପାଶ୍ୱର୍ରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ଏବଂ ଏହାପରେ ସିଧାସଲଖ ଗାଡ଼ିରେ ବସି ଯାଉଛନ୍ତି । ତେବେ ମୁମ୍ବାଇ ପରେ ପରେ ଓଡ଼ିଶା ପୋଲିସ ଏହି ଚ୍ୟାଲେଂଜକୁ ଗ୍ରହଣ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More