Only for Entertainment

ଓଡ଼ିଶା ପୋଲିସର କଟକଣା ପରେ ମଧ୍ୟ ଫେସବୁକରେ କିକି ଚ୍ୟାଲେଂଚ ନେଲେ ଓଡ଼ିଆ ପୁଅ,ଭିଡ଼ିଓ ଭାଇରାଲ ।

facebook
0 50

କିକି ଚ୍ୟାଲେଂଜରେ ଏବେ ସମସ୍ତେ ମନ ବଳାଇଛନ୍ତି । ବଲିଉଡର ସେଲିବ୍ରେଟୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କିକି ଚ୍ୟାଲେଂଜ ଏବେ ସାରା ଦେଶରେ ବ୍ୟାପିଯାଇଛି । କେବଳ ଯୁବପିଢି ନୁହଁନ୍ତି ବରଂ ବୟସ୍କ ମହିଳା ମଧ୍ୟ କିକି ଚ୍ୟାଲେଂଜ ନେବାକୁ ପଛାଉ ନାହାଁନ୍ତି । ଏହଭିଳି ଏକ ଭିଡ଼ିଓ ଆମେ ପୂର୍ବରୁ ଦେଖାଇଥଲୁ । ଏହି କିକି ଚ୍ୟାଲେଂଜ ଦ୍ୱାରା ନିଜ ସହିତ ଅନ୍ୟ ମାନେ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି ଭାବି ମୁମ୍ବାଇ ପୋଲିସ ଏହି ଚ୍ୟାଲେଂଜ ନ ନେବାପାଇଁ ଚେତାବନୀ ଏବଂ ପରାମର୍ଶ ଦେଇଥିଲେ । ଏହାପରେ ଏହା ବ୍ୟାପିଥିଲା ଓଡ଼ିଶା ପୋଲିସଙ୍କ ନିକଟକୁ । ମୁମ୍ବାଇ ପୋଲିସଙ୍କ ପରେ ପରେ ଓଡ଼ିଶା ପୋଲିସ ମଧ୍ୟ ଏହି ଚ୍ୟାଲେଂଜ ଗ୍ରହଣ ନ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ପୋଲିସର ପରାମର୍ଶ ପରେ ମଧ୍ୟ ଏହି ଚ୍ୟାଲେଂଜ ଗ୍ରହଣ କରିଛନ୍ତି ଜଣେ ଓଡ଼ିଆ ଯୁବକ ।

ବାସ୍ତବରେ ଓଡ଼ିଶାର ଜଣେ ଯୁବକ ଏହିଭଳି ଏକ କିକି ଚ୍ୟାଲେଂଜର ଭିଡ଼ିଓ ଅପଲୋଡ କରିଛନ୍ତି ତାଙ୍କ ଫେସବୁକ ଆକାଉଂଟରେ, ଏବଂ ଅନ୍ୟ ମାନଙ୍କୁ ସେୟାର କରିବା ପାଇଁ ମଧ୍ୟ ଲେଖିଛନ୍ତି । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More