Only for Entertainment

ରେଷ୍ଟୁରାଂଟରେ ସାମାନ୍ୟ ଏହି ଜିନିଷ ପାଇଁ ୭୮,୬୫୦ ଟଙ୍କା ଦେଲେ କମେଡିଆନ କିକୁ

india today
214

କପିଲ ଶର୍ମାଙ୍କ ଶୋ’ରେ ନଜର ଆସୁଥିବା କିକୁଙ୍କୁ କିଏ ବା ନ ଜାଣେ । ହସାଇ ହସାଇ ଲୋକଙ୍କୁ ବେଦମ କରି ଦିଅନ୍ତି କିକୁ । ନିକଟରେ କିନ୍ତୁ କିକୁ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ।ଅଭିନେତା କିକୁ ସାର୍‌ଦା ଏବେବାଲିରେ ଛୁଟି କଟାଉଛନ୍ତି । ତେବେ ତାଙ୍କୁ ଏହି ଛୁଟି  ମହଙ୍ଗା ପଡ଼ିଥିବା ଜଣା ପଡ଼ିଛି । କାରଣ ଗୋଟେ କପ୍‌ କଫି ଓ ଗୋଟେ କପ୍‌ ଚା’ ପାଇଁ ତାଙ୍କୁ ୭୮,୬୫୦ଟଙ୍କା ଦେବାକୁ ପଡ଼ିଛି । ବିଲ୍‌ର ଫଟୋ ଟୁଇଟ୍‌ କରି ଏ ବିଷୟରେ ଜଣାଇଛନ୍ତି କିକୁ ସାର୍‌ଦା । ତେବେ ଏତେ ଟଙ୍କାର ବିଲ୍‌ ପାଇ ମଧ୍ୟ ହୋଟେଲ ବିରୋଧରେ କୌଣସି ଅଭିଯୋଗ କରି ନାହାନ୍ତି କିକୁ । ଏହାର କାରଣ ହେଉଛି ଇଣ୍ଡୋନେସିଆନ୍‌ ମୁଦ୍ରାରେ ୭୮,୬୫୦ଟଙ୍କା, ଯାହା ଭାରତୀୟ ମୁଦ୍ରାରେ ମାତ୍ର ୪୦୦ଟଙ୍କା ହେବ ବୋଲି ଜଣା ପଡ଼ିଛି ।

 

 

କିଛି ମାସ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ର ଏକ ହୋଟେଲ ଉପରେ ଦୁଇଟି କଦଳୀକୁ ୪୪୨ଟଙ୍କା ନେଉଥିବା ନେଇ ଅଭିଯୋଗ ଆଣିଥିଲେ । ଯାହା ପରେ ହୋଟେଲକୁ ୨୫,୦୦୦ଟଙ୍କାର ଜରିମାନା ଦେବାକୁ ପଡ଼ିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More