Only for Entertainment

ମଶା ମାରିବା ପଡିଲା ମହଙ୍ଗା, କ୍ଷତି ସହିଲେ ୮୪ହଜାର ଟଙ୍କା !

ideastations
0 17

ବିଶ୍ବର ପ୍ରାୟ ପ୍ରତ୍ୟେକ ପ୍ରାନ୍ତରେ ମଶାଙ୍କ ଉପଦ୍ରବ ଦେଖିବାକୁ ମିଳେ। ବିଦେଶୀ ରାଷ୍ଟ୍ରର ଲୋକେ ଏସବୁ ପ୍ରତି ବେଶ୍ ସଚେତନ, କିନ୍ତୁ ମଶାଙ୍କ କବଳରୁ ବର୍ତ୍ତି ପାରନ୍ତି ନାହିଁ। ଏଇ ନିକଟରେ କିନ୍ତୁ ମଶା ପାଇଁ ଜଣେ ଯୁବକ ୮୪ହଜାର ଟଙ୍କା କ୍ଷତି ସହିବା ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଛି। ଘଟଣାଟି କିଛି ଏଇପରି। ଚୀନ୍‌ର ଝୋଜିୟାଙ୍ଗ ପ୍ରାନ୍ତର ଜଣେ ଯୁବକ ନିଜ ଦାମୀ ବିଏମ୍‌ଡବ୍ଲ୍ୟୁ କାର୍‌ରେ କୌଣସି ଏକ କାମରେ ଯାତ୍ରା କରୁଥିଲେ। ରାସ୍ତାରେ ସେ କାର୍ ପାର୍କିଂ କରି ଫୋନ୍‌ରେ ବାର୍ତ୍ତାଳାପ କରୁଥିବାବେଳେ ମଶାଟିଏ ଉଡ଼ିଆସି ତାଙ୍କ କାର୍‌ କାଚରେ ବସିଲା। ନୂଆ ସୁନ୍ଦର ଦାମୀ କାର୍‌ର କାଚ ଉପରୁ ମଶାକୁ ଘଉଡ଼ାଇବା ନିମନ୍ତେ ଯୁବକଜଣକ ବାରମ୍ବାର ଚେଷ୍ଟା କଲେ।

ଏହା ସତ୍ତ୍ବେ ମଶାଟି ପୁଣି ଉଡ଼ିଆସି କାଚ ଉପରେ ବସୁଥାଏ। ଶେଷରେ ଯୁବକ ମଶାକୁ ମାରିଲେ। ମଶା ମଲା ସତ, କିନ୍ତୁ କାର୍‌ର କାଚ ଭାଙ୍ଗିଗଲା। ନୂଆ କିଣା ହୋଇଥିବା କାର୍‌ର କାଚ ଭାଙ୍ଗିଯିବା ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା। କିଛି ଉପାୟ ମଧ୍ୟ ନ ଥିଲା। ପୁଣି କାଚ ଲଗାଇବାକୁ ସେ ୮୪ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଇ ଖବର ସେ ନିଜ ସୋସିଆଲ ଆକାଉଣ୍ଟରେ ଉଲ୍ଲେଖ କରିବା ପରେ ଏହାର ଚର୍ଚ୍ଚା ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More