Only for Entertainment

କାର୍ଲିଫର୍ଣ୍ଣିଆରେ ହୋଇଥିବା ଅଗ୍ନିକାଣ୍ଡରେ ଘର ହରାଇଥିବା ଲୋକଙ୍କୁ ଏହି ଅଭିନେତ୍ରୀ ଦେଲେ ୨କୋଟି !

21

ହଲିଉଡ ଅଭିନେତ୍ରୀ କିମ କର୍ଦାଶିୟନଙ୍କ ସହ ୧୨୦୦ଲୋକ ଆମେରିକାର କାର୍ଲିଫର୍ଣ୍ଣିଆରେ ହୋଇଥିବା ଅଗ୍ନିକାଣ୍ଡରେ ନିଜ ଘର ଛାଡିଥିଲେ । ଏହାପରେ କିମ ଦ ଏଲେନ ଡିଜେନେରେସ ନାମକ ଏକ ଶୋ’ରେ ପହଂଚିଥିଲେ, ଏହି ଶୋ’ ସେହି ଲୋକଙ୍କ ପାଇଁ ଥିଲା ଯେଉଁମାନେ ହୋଇଥିବା ଅଗ୍ନିକାଣ୍ଡରେ ନିଜ ଘର ହରାଇଥିଲେ ଏବଂ ଅନ୍ୟ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଏଥିରେ ୬୫୦୦ଘର ବରବାଦ ହୋଇଯାଇଥିଲା ।

ଏହିକାରଣରୁ କିମ ଏହି ଶୋ’ ଜରିଆରେ ଘର ହରାଇଥିବା ଲୋକଙ୍କୁ କିଛି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ସେ ଫାୟର ଫାଇଟରଙ୍କୁ ୨ଲକ୍ଷ ଡଲାର ଦେବା ପାଇଁ ଘୋଷଣା କରିଥିଲେ ।

କେବଳ ସେତିକି ନୁହେଁ ଆଉ ଏକ ପରିବାରକୁ ଘର ପାଇଁ ୧ଲକ୍ଷ ଡଲାର ଚେକ ପ୍ରଦାନ କରିଥିଲେ । ଏହି ଦୁଇ ରାଶିକୁ ମିଶାଇଲେ ମୁଲ୍ୟ ହେବ ୨କୋଟି ପାଖାପାଖି । ଏହି ନିଆଁରେ ୨୫ଜଣ ଲୋକଙ୍କ ପ୍ରାଣ ଯାଇଥିଲା । ଏହି ନିଆଁ କାରଣରୁ ଲେଡି ଗାଗା, ରେମ ୱିଲସନଙ୍କ ଭଳି ହଲିଉଡ କଳାକାର ନିଜ ଘର ଛାଡିବା ଲାଗି ବାଧ୍ୟ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More