Only for Entertainment

କିମ ଶର୍ମା-ହର୍ଷବର୍ଦ୍ଧନ ରାଣେଙ୍କ ବ୍ରେକଅପ ! ସୋସିଆଲ ମିଡିଆରେ ପରସ୍ପରକୁ କେଲେ ଅନଫଲୋ

bollywood tadka
34

ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ହର୍ଷବର୍ଦ୍ଧନ ରାଣେଙ୍କୁ ନେଇ ନିକଟରେ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଦୁହେଁ ସମ୍ପର୍କରେ ଏବେ ଫାଟ ପଡିଯାଇଛି । ଅସଲରେ କିଛି ସମୟ ପୂର୍ବରୁ ଦୁହେଁ ସୋସିଆଲ ମିଡିଆରେ ପ୍ରେମ ଭରା ପୋଷ୍ଟ ସେୟାର କରୁଥିଲେ । ଅନ୍ୟପକ୍ଷରେ ଆଜି ଦୁହେଁ ପରସ୍ପରକୁ ସୋସିଆଲ ମିଡିଆରେ ଫଲୋ ମଧ୍ୟ କରୁ ନାହାଁନ୍ତି । କେବଳ ଏତିକି ନୁହେଁ କିମ ଏକ ପୋଷ୍ଟରେ ବନ୍ଧୁତା ରିଲେସନସିପ ଠାରୁ ଭଲ ବୋଲି କହିଥିଲେ ।

Kim-Harshvardhan-d_l

ଖବର ଅନୁସାରେ ଦୁହିଁଙ୍କୁ ଏହି ବିଷୟରେ ପଚରାଯିବାରୁ ସେ ଏହି ବିଷୟରେ କିଛି କହିନଥିଲେ । କିନ୍ତୁ ଦୁହିଁଙ୍କ ନିକଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁହେଁ ଏବେ ରିଲେସନସିପରେ ନାହାଁନ୍ତି । ଦୁହିଁଙ୍କ ବ୍ରେକଅପ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

harsh

କହିରଖୁଛୁ ଯେ, ଦୁହେଁ ଆରମ୍ଭରୁ ନିଜ ସମ୍ପର୍କ ବିଷୟରେ ଲୁଚାଇଥିଲେ । କିନ୍ତୁ ପରେ ସୋସିଆଲ ମିଡିଆରେ ନିଜର ଭଲପାଇବାକୁ ପ୍ରକାଶ କରିଥିଲେ । ଦୁହିଁଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More