Only for Entertainment

ମନ ଜିଣୁଛି ଫେମସ ସମ୍ବଲପୁରୀ ଗୀତ ‘କିନ୍ଦରି କିନ୍ଦରି ନାଚ୍’ର ରିଲୋଡେଡ ଭର୍ସନ, ଦେଖନ୍ତୁ ଭିଡିଓ

you tube
439

ଓଡିଆ ସମ୍ବଲପୁରୀ ଗୀତ ‘କିନ୍ଦରି କିନ୍ଦରି ନାଚ୍’ର ରିଲୋଡେଡ ଭର୍ସନ ସୋସିଆଲ ମିଡିଆରେ ଚହଳ ପକାଇଛି । ଓରିଜିନାଲ ଗୀତକୁ ମେକର୍ସ ନୂଆ ରୂପ ଦେଇଛନ୍ତି । ନୂଆ ଭର୍ସନରେ ପରିଚିତ ମୁହଁ କୁକିଜ ସ୍ୱାଇଁ ଏବଂ ସରୋଜ କୁମ୍ଭାରଙ୍କୁ ଦେଖିବାକୁ ମିଳିଛି । କୁକିଜଙ୍କୁ ପ୍ରଥମ ଥର ପାଇଁ କୌଣସି ସମ୍ବଲପୁରୀ ଗୀତରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ଅନେକ ଆଲବମରେ ନଜର ଆସିଛନ୍ତି । ନୂଆ ଭର୍ସନରେ ସମ୍ବଲପୁରୀ ଗୀତର ତାଳେ ତାଳେ ଦୁହିଁଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଦେଖନ୍ତୁ-

ଏହି ଗୀତରେ ଭଏସ ଦେଇଛନ୍ତି ସାନ୍ତନୁ ଶାହୁ । ନୂଆ ଭର୍ସନରେ କୋରିଓଗ୍ରାଫି କରିଛନ୍ତି ଡ. ରଜନୀଶ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମନୋଜ ସିଂ । ଏହି ରିଲୋଡେଡ ଭର୍ସନକୁ ଲୋକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ମାତ୍ର ୧୧ ଘଣ୍ଟା ମଧ୍ୟରେ ଗୀତକୁ ୟୁଟ୍ୟୁବରେ ୨ ଲକ୍ଷ ୭୮ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More