Only for Entertainment

ରିଲିଜ ହେଲା ଫିଲ୍ମ ‘ମରଜାୱାଁ’ର ଆଉ ଏକ ନୂଆ ରୋମାଣ୍ଟିକ ଟ୍ରାକ, ମନ ମୋହିନେବ ‘କିନା ସୋନା’ର ଏହି ରିମେକ ଭର୍ସନ

latestly
91

ରୋମାଣ୍ଟିକ ଗୀତ ‘ତୁମ ହି ଆନା’, ‘ଥୋଡି ଜଗହ’ ଏବଂ ‘ଏକ ତୋ କମ ଜିନ୍ଦଗାନୀ’ ପରେ ରିଲିଜ ହେଲା ଫିଲ୍ମ ‘ମରଜାୱାଁ’ର ଆଉ ଏକ ନୂଆ ରୋମାଣ୍ଟିକ ଗୀତ ‘କିନା ସୋନା’ । ନୁସରତ ଫତେହ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ଗୀତ ‘କିନା ସୋନା ତୁଝେ ରବ ନେ ବନନାୟା’କୁ ନୂଆ ଭାବରେ ଏହି ଫଲ୍ମରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ମେକର୍ସ ।
ଫିଲ୍ମରେ ଏହି ରେମାଣ୍ଟିକ ଟ୍ରାକକୁ ଗାଇଛନ୍ତି ମିତ ବ୍ରଦର୍ସ, ଜୁବିନ ନୌତିଆଲ ଏବଂ ଧ୍ୱନୀ ଭାନୁଶାଳୀ । ଏହାର ଲିରିକ୍ସ କୁମାର ଲେଖିଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ମିତ ବ୍ରଦର୍ସ ।

କହିରଖୁଛୁ ଯେ, ମିଲାପ ଜାଭରୀଙ୍କଗ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସିଦ୍ଦାର୍ଥ ମଲହୋତ୍ରାଙ୍କ ବ୍ୟତିତ ତାରା ସୁତାରିଆ, ରକୁଲପ୍ରିତ ସିଂ ଏବଂ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ପୂର୍ବରୁ ଫିଲ୍ମରେ ୪ଟି ଗୀତ ଏବଂ ଦୁଇଟି ଟ୍ରେଲରକୁ ରିଲିଜ କରିଛନ୍ତି ମେକର୍ସ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଗୀତଟି ମଧ୍ୟ ଦର୍ଶକଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି । ଫିଲ୍ମ ୧୫ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More