Only for Entertainment

କେନ୍ଦ୍ର ଖେଳମନ୍ତ୍ରୀ କିରଣ ରିଜିଜୁ ଗୋଡରେ ଖୋଲିଲେ ବୋତଲର କ୍ୟାପ, ଭିଡିଓ ହେଲା ଭାଇରାଲ !

99

କେନ୍ଦ୍ରୀୟ ଖେଳମନ୍ତ୍ରୀ କିରଣ ରିଜିଜୁ ଫିଟନେସ ପାଇଁ ଲୋକଙ୍କୁ ଜାଗ୍ରତ କରାଉଛନ୍ତି । #BottleCapChallenge ସୋସିଆଲ ମିଡିଆରେ ଟପ ଟ୍ରେଣ୍ଡ କରୁଛି । ବଲିଉଡ କଳାକାରଙ୍କ ଠାରୁ ନେଇ ସାଧାରଣ ଲୋକ ଏହି ଚାଲେଂଜକୁ ଆପଣାଇ ଥିବା ଦେଖିବାକୁ ମିଳିଛି । ଏଥର କିରଣ ରିଜୁଜୁଙ୍କୁ ଏହା କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଜରିଆରେ ସେ ଭାରତୀୟଙ୍କୁ ଫିଟନେଓ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଏବଂ ନିଶାଦ୍ରବ୍ୟ ଠାରୁ ଦୂରରେ ରହିବାକୁ କହିଛନ୍ତି ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ନିଶାଦ୍ରବ୍ୟକୁ ନା କରିବାକୁ ଏବଂ ଫିଟ ଇଣ୍ଡିଆ କ୍ୟାମ୍ପେନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଯାହାଙ୍କୁ ଏହି ଟ୍ରେଣ୍ଡ ବିଷୟରେ ଜଣା ନାହିଁ ଆମେ ଏଠାରେ କହି ରଖୁଛୁ ଯେ ଏହି ବୋତଲ କ୍ୟାପ ଚ୍ୟାଲେଂଜରେ ବୋତଲର କ୍ୟାପ ଖୋଲିବା ପାଇଁ ବ୍ୟାକସ୍ପିନ ଲଗାଇବାକୁ ପଡେ । କିକ ଜରିଆରେ ଗୋଡରେ ଠିପି ଖୋଲିବାକୁ ପଡେ । ୪୭ବର୍ଷୀୟ କିରଣ ରିଜୁଜୁ ଏହି ଚ୍ୟାଲେଂଜକୁ ସଠିକ ଭାବେ ତୁଲାଇଛନ୍ତି ।

 

View this post on Instagram

 

Say no to drugs? Get ready for Fit India Campaign #Bottlecapchallenge #Bottlecupchallenge #Bottleneckkickchallenge #fitness

A post shared by Kiren Rijiju (@kiren.rijiju) on

ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୫୦ହଜାର ଠାରୁ ଅଧିକ ଭ୍ୟୁ ମିଳି ସାରିଲାଣି । ଲୋକମାନେ ତାଙ୍କର ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଆପଣ ଭାରତର ସବୁଠାରୁ ପରଫେକ୍ଟ ଖେଳ ମନ୍ତ୍ରୀ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More