Only for Entertainment

କଫି ୱିଥ କରଣ ବିବାଦକୁ ନେଇ କେଏଲ୍ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ଏହି ଘଟଣା ମୋ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି

latestly
18

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର କେଏଲ ରାହୁଲ ପୁଣିଥରେ କଫି ୱିଥ କରଣକୁ ନେଇ ନିଜ ମୁହଁ ଖୋଲିଛନ୍ତି । ରାହୁବଲ ପୁଣିଥରେ ସେହି ସମୟକୁ ମନେ ପକାଇ କହିଛନ୍ତି, ସେଠାରୁ ଆରମ୍ଭ ଏପର୍ଯ୍ୟନ୍ତ ତାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଅସଲରେ ବମ୍ବେ ଟାଇମ୍ସକୁ ଦେଇଥିବା ଇଣ୍ଟରଭ୍ୟୁରେ କେଏଲ ରାହୁଲ ଏହି ବିବାଦକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି ।

କେଏଲ ରାହୁଲ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, କଫି ୱିଥ କରଣ ଶୋ’ ଅନ ଏୟାର ହେବା ସହିତ କିପରି ତାଙ୍କ ଜୀବନ ବଦଳିଯାଇଛି । ସେ କହିଛନ୍ତି ଯେ ଏହି ବିବାଦ ତାଙ୍କୁ ଦୋହଲାଇ ଦେଇଥିଲା । ଏହି ଘଟଣା ପରେ ସେ ଖୁବ ରାଗରେ ଥିଲେ । ଏହା ପରେ ବୁଝିଥିଲେ କିଛି କଥା ଖୁବ ସେନସିଟିଭ ହୋଇଥାଏ । ଏହା ପରେ ଆପଣ ଯାହା ବି କରନ୍ତୁ ଲୋକେ ଆପଣଙ୍କ ମଧ୍ୟରେ ଖରାପ ବାହାର କରି ନେବେ । ଏହା ସହିତ ସେ କହିଛନ୍ତି ଏହି ଘଟଣା ପରେ ମୁଁ କ୍ରିକେଟ ପ୍ରତି ଅଧିକ ଧ୍ୟାନ ଦେଲି । କାରଣ ଏହି ଘଟଣାରୁ ବାହାରିବା ପାଇଁ ମୋ ପାଖରେ ପ୍ଲାନ ବି ନଥିଲା ।

ଏହା ବ୍ୟତିତ ରାହୁଲ ହାର୍ଦିକ ପାଣ୍ଡ୍ୟା ସହିତ ନିଜର ବନ୍ଧୁତାକୁ ନେଇ ମଧ୍ୟ ନିଜ ମୁହଁ ଖୋଲିଛନ୍ତି । ରାହୁଲ କହିଛନ୍ତି ସେହି ସମୟ ଆମ ଦୁହିଁଙ୍କ ପାଇଁ ଖୁବ କଠିନ ସମୟ ଥିଲା । ଯେବେ ଏହାକୁ ନେଇ ଜାଂଚ ହେଲା ଆମେ ପରସ୍ପର ସହିତ କଥା ହୋଇଥିଲୁ । ମୁଁ ମୋ ପରିବାର ସହିତ ଏବଂ ହାଦ୍ଦିକ ତା’ର ପରିବାର ସହିତ ରହିବ । ଏହି ଘଟଣା ପରେ ଆମେ ଅନେକ କିଛି ଶିଖିଛୁ । ଏବେ ଆମେ ପରସ୍ପରର ଭଲ ବନ୍ଧୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More