Only for Entertainment

ଏହା ହୋଇଥାଏ ଗୁଡ ଟଚ ଏବଂ ବ୍ୟାଡ ଟଚ । ପିଲାଙ୍କୁ ଶିଖାଇବା ନିହାତି ଜରୁରୀ ।

aajtak
0 71

ହୋଲି ଉତ୍ସବ ପାଳନ କରିବା ସମୟରେ ଏକ ନାବାଳିକା ପ୍ରତିଯୋଗୀଙ୍କୁ କିସ କରିବାକୁ ନେଇ ପାପୋନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ବିରୋଧ ପରେ କେତେକ ଲୋକ ଏହାର ବିରୋଧ କରୁଛନ୍ତି ଏବଂ ପିଲାଙ୍କୁ ସଚେତନ କରିବା ପାଇଁ ଆଲୋଚନା କରୁଛନ୍ତି । ତେବେ ପିଲାଙ୍କୁ ବ୍ୟାଡ ଟଚ ଏବଂ ଗୁଡ ଟଚ ବିଷୟରେ ଶିଖାଇବା ଉଚିତ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧଣିଛି । କାରଣ ଏଭଳି କରିବା ଦ୍ୱାରା ସେମାନେ ନିଜେ ବ୍ୟାଡ ଟଚ ଏବଂ ଗୁଡ ଟଚ ବିଷୟରେ ଜାଣିପାରିବେ । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଶିକ୍ଷକ ପିଲାଙ୍କୁ ବ୍ୟାଡ ଟଚ ଏବଂ ଗୁଡ ଟଚ ବିଷୟରେ ଶିକ୍ଷା ଦେଉଛନ୍ତି । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଯଦି ଆପଣଙ୍କୁ ଜଣେ ଛୁଇଁବା ପରେ ସାଧାରଣ ଭଳି ଅନୁଭବ ନ ହୁଏ କିମ୍ବା ଖରାପ ଲାଗେ ତେବେ ତାହା ବ୍ୟାଡ ଟଚ । ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ପ୍ରାଇଭେଟ ସ୍ଥାନକୁ ଛୁଇଁବାକୁ ଚେଷ୍ଟା କରନ୍ତି ତେବେ ଜାଣିବେ ତାହା ବ୍ୟାଡ ଟଚ । ଏହା ସହିତ ଯଦି କେହି ଆପଣଙ୍କ ସହିତ କିଛି ଖରାପ କାମ କରି କାହାକୁ ନଜଣାଇବା ପାଇଁ କହିବ ତେବେ ଜାଣିବେ ଏହା ବ୍ୟାଡ ଟଚ ।

ଘର ବ୍ୟତୀତ ଯଦି ପିଲାଙ୍କୁ କେହି କପଡ଼ା ଖୋଲିବାକୁ କହୁଛି ବା ସଫା କରିଦେବା ପାଇଁ କହୁଛି ତେବେ ଏହା ବ୍ୟାଡ ଟଚ ବୋଲି ବିଲାଙ୍କୁ କୁହନ୍ତୁ । ଏହା ବ୍ୟତୀତ ଶରୀରର କେଉଁ କେଉଁ ସ୍ଥାନକୁ ମା ଓ ବାପା ଛୁଇଁ ପାରିବେ ଏବଂ କେଉଁ ସ୍ଥାନକୁ ଅନ୍ୟ ମାନେ ଛୁଇଁ ପାରିବେ ସେହି ବିଷୟରେ ମଧ୍ୟ ଛୋଟ ପିଲାଙ୍କୁ ଶିକ୍ଷା ଦିଅନ୍ତୁ ।

ଯଦି ଆପଣଙ୍କୁ କେହି ଛୁଇଁବା ଦ୍ୱାରା ଖରାପ ଅନୁଭବ ନ ହୁଏ ତେବେ ତାହା ଗୁଡ ଟଚ । ଯଦି କେହି ଆପଣଙ୍କୁ ଖୁବ ଭଲ ପାଆନ୍ତି ଓ ଗେଲରେ ଟଚ କରନ୍ତି ତେବେ ତାହା ଗୁଡ ଟଚ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାଙ୍କୁ ଏହାର ବିରୋଧ କରିବା ପାଇଁ ଶିକ୍ଷା ଦେବା ଉଚିତ । ଅର୍ଥାତ ପିଲାଙ୍କୁ ଜୀବଜନ୍ତୁଙ୍କ ଉଦାହରଣ ଦିଅନ୍ତୁ । କୁହନ୍ତୁଯେ ଯେପରି ତୁମେ ଜୀବଜନ୍ତୁଙ୍କୁ ଟଚ କରିବା ଦ୍ୱାରା ସେମାନେ ଚିଲ୍ଲାନ୍ତି ଠିକ ସେହିପରି ତୁମକୁ କେହି ବ୍ୟାଡ ଟଚ କଲେ ଜୋରରେ ଚିଲ୍ଲାଇବ । ଏହି ବିଷୟରେ ମା ଓ ବାପାଙ୍କ ଜଣାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More