Only for Entertainment

ଜାଣନ୍ତୁ ଅଁଳାର ଉପକାରୀ ଗୁଣ ବିଷୟରେ ।

style craze
0 47

ଅଁଳାକୁ ବିଭିନ୍ନ କାର୍ଯ୍ୟରେ ବ୍ୟହାର କରାଯାଏ । ଖାଦ୍ୟ ଓ ପାନୀୟ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ତୈଳ ପର୍ଯ୍ୟନ୍ତ । ତେବେ ପ୍ରତ୍ୟେକ ରୂପରେ ଏହା ଆମର କାର୍ଯ୍ୟରେ ଆସିଥାଏ । କିନ୍ତୁ ଏହାକୁ ଅମୃତର ଆଖ୍ୟା ଦିଆଯାଇପାରେ ।

ମୋଟା ବ୍ୟକ୍ତିଙ୍କ ପାଇଁ ଅଁଳା ଖୁବ ଉପକାରୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ ସ୍ତର ବଢିଥାଏ ଓ ଯବକ୍ଷାରଜାନର ସନ୍ତୁଳନ ଠିକ ରହିଥାଏ । ଏହା ଦ୍ୱାରା ଫ୍ୟାଟ ବର୍ଣ୍ଣ ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ ।
ଅଁଳାରେ ଭିଟାମିନ ସି ବ୍ୟତୀତ ପୋଲିଫେନାଲ୍ସ,ଆଇରନ,ଜିଙ୍ଗ,କ୍ୟାରୋଟିନ,ଫାଇବର,ଭିଟାମିନ ବି କମ୍ପେ୍ଲକ୍ସ,କ୍ୟାଲସିୟମ,ଆଂଟି ଅକ୍ସିଡାଂଟ୍ସ ଆଦି ଖୁବ ମାତ୍ରାରେ ରହିଛି । ଏହା କେବଳ ଶରୀର ପାଇଁ ଲାଭକାରୀ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।

ଏଥିରେ ଥିବା ଫାଇବର ଗ୍ୟାଷ୍ଟ୍ରୋଇଂଟଷ୍ଟାଇନଲ ଟ୍ରାକକୁ ସଫା ରଖିଥାଏ ଏବଂ ଶରୀରରୁ ଟକ୍ସିନ ଦୂର କରିଥାଏ । ଏହାର କଷା ସ୍ୱାଦ ପାଚନ ପ୍ରକିୟାକୁ ଠିକ ରଖୁଥିବା ଏନଜାଇମକୁ ସକ୍ରିୟ ରଖିଥାଏ,ଯାହା ଦ୍ୱାରା ଏସିଡିଟି ହୋଇ ନଥାଏ । ତେଣୁ ଅଁଳାକୁ ପ୍ରତିଦିନ ଖାଦ୍ୟ ଭାବରେ ଖାଇ ହେବ କିମ୍ବା ଏହାର ଜୁସକୁ ମଧ୍ୟ ପାନୀୟ ଭାବରେ ବ୍ୟବହାର କରାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More