Only for Entertainment

ଜାଣନ୍ତୁ ଛୋଟ ପରଦାର କୁଇନ ଓରଫ କୁକିଙ୍କ ସମ୍ପର୍କରେ କିଛି ନିଆରା କଥା !

0 43

ଏକ ଇଲେକ୍ଟ୍ରୋନିକ ମିଡିଆର ଉପସ୍ଥାପିକାରୁ ପାଲଟିଥିଲେ ଅଭିନେତ୍ରୀ । ପ୍ରଥମେ ଆଲବମରୁ ଆରମ୍ଭ ହୋଇଥିଲା ଏହି ଅଭିନେତ୍ରୀଙ୍କ ଯାତ୍ରା । ଏହାପରେ ଧାଡିକୁ ଧାଡି ଲାଗିଥିଲା ଆଲବମର ଲାଇନ । ଶେଷରେ ସେ ‘ଖୁବ ଗଡବଡ’ସିରିଅଲ ସାହାଯ୍ୟରେ ପାଇଥିଲେ ଏକ ପରିଚୟ । ଏହି ସିରିଅଲରେ ହସାଉଥିବା କୁଇନ ଓରଫ କୁକିଜ ଆଜି ଟେଲି ଦୁନିଆର ଜଣେ ଜଣା ଶୁଣା ଚେହେରା ।

ସିରିଅଲ ଛାଡିଲା ପରେ ତାଙ୍କୁ ଖୁବ ଝୁରିଥିଲେ ଦର୍ଶକ , ମାତ୍ର ବିଶେଷ ସୂତ୍ରରୁ ପ୍ରକାଶ ଯେ କୁକି ତାଙ୍କ ଗ୍ରାଜୁଏସନ ପରୀକ୍ଷା ପାଇଁ ଏବଂ ପରେପରେ ତାଙ୍କ ଜେଜେମାଙ୍କ ଦେହାନ୍ତ କାରଣରୁ ସିରିଅଲ ଛାଡିବାକୁ ବାଧ୍ୟ ହୋଇଥିଲେ ।


କୁକି ସିନା ସିରିଅଲରୁ ଦୁରେଇ ଗଲେ ମାତ୍ର ସେ ଏବେ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଯାହା ଖୁବ ଲୋକପ୍ରିୟ ହେବାରେ ଲାଗିଛି । ନିକଟରେ ତାଙ୍କର ଏକ ଆଲବମ “ମୋହବତ”ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନକୁ ଖୁବ ଛୁଇଁଛି ।

ସିରିଅଲରେ ପାଦ ଦେବା ପୁର୍ବରୁ ସେ ଆଙ୍କର ହୋଇ ଫିଲ୍ମ ଦୁନିଆରେ ଖବର ଦେଉଥିଲେ । ଏହାପରେ ତାଙ୍କୁ ସୁଯୋଗ ମିଳିଥିଲା । ସେ ଅଡିସନ ଦେଇଥିଲେ ତେଜସ୍ୱିନୀ ସିରିଅଲ ପାଇଁ, ମାତ୍ର ସେଠାରେ ସେ ଫେଲ ମାରିଥିଲେ । ପରେ ତାଙ୍କୁ ଚାନ୍ସ ମିଳିଥିଲା ଫୁଲ ଗଡବଡ ସିରିଅଲ ପାଇଁ । କିଛି ଏହିଭଳି ରହିଛି କୁକିଙ୍କ ଜୀବନ ଯାତ୍ରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More