Only for Entertainment

ବିବାହ ପ୍ରଶ୍ନ ପଚାରିଲେ ଚିଡ଼ିଯାନ୍ତି ଏହି ଅଭିନେତ୍ରୀ,ଜାଣନ୍ତୁ କାହିଁକି ?

The Indian Express
0 38

ବଲିଉଡ ଅଭିନେତ୍ରୀ ତବୁ ଏକ ଇଂଟରଭ୍ୟୁକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ସେ ନିଜ ବିଷୟରେ କିଛି ରାଜ ଖୋଲିଛନ୍ତି । ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଥିରେ ସେ କହିଛନ୍ତିଯେ କେଉଁ ପ୍ରଶ୍ନ ଶୁଣିଲେ ସେ ଅଧିକ ଚିଡ଼ି ଯାଆନ୍ତି । ତେବେ କେଉଁ କଥା ବିଷୟରେ ତବୁ ଇଂଟରଭ୍ୟୁରେ ଆଲୋଚନା କରୁଥିଲେ ଆସନ୍ତୁ ସେ ଉପରେ ନଜର ପକାଇବା ।

ତବୁଙ୍କୁ ଯେତେବେଳେ ସିଙ୍ଗଲ ରହିବାର କାରଣ ପଚରାଯାଏ,ସେ ଖୁବ ଚିଡ଼ିଯାଆନ୍ତି ବୋଲି ସେହି ଇଂଟରଭ୍ୟୁ ମାଧ୍ୟମରେ କହିଛନ୍ତି । ଏହା ବ୍ୟତୀତ ତବୁଙ୍କୁ ଅନ୍ୟ କେତେକ ପ୍ରଶ୍ନ ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା । ଯେପରିକି ଆପଣ କେଉଁଆଡ଼େ ହଜି ଯାଇଥିଲେ?ଆପଣ ଏତେ କମ ଫିଲ୍ମ କ’ଣ ପାଇଁ କରନ୍ତି? ଆପଣ କମ ନଜର କାହିଁକି ଆସନ୍ତି? ଏହି ସମସ୍ତ ପ୍ରଶ୍ନ ପଚାରାଗଲେ ତବୁ ଖୁବ ଚିଡ଼ିଯାଆନ୍ତି । କିନ୍ତୁ ଏବେ କିଛି ଦିନ ହେବ ତାଙ୍କୁ ସିଙ୍ଗଲ ରହିବାର କାରଣ ଖୁବ କମ ପଚରା ଯାଉଛି । ଏହାର କାରଣ ଦର୍ଶାଇବାକୁ ଯାଇ ତବୁ କହିଛନ୍ତିଯେ ଲୋକ ତାଙ୍କୁ ପ୍ରଶ୍ନ ପଚାରି ବୋଧହୁଏ ଥକି ଗଲେଣି ।

ତବୁଙ୍କ କହିବା ଅନୁସାରେ ସେ ଏକ ଫିଲ୍ମ କରିବାକୁ ସେହି ସମୟରେ ରାଜି ହୁଅନ୍ତି ଯେତେବେଳେ ତାଙ୍କୁ ଫିଲ୍ମର କାହାଣୀ ଏବଂ ଚରିତ୍ର ପସନ୍ଦ ଆସିଥାଏ । ଏହା ବ୍ୟତୀତ ସେ କହିଛନ୍ତିଯେ ଯଦି କୌଣସି ଫିଲ୍ମର କାହାଣୀ ପଢିବା ମାତ୍ରେ ତାଙ୍କୁ ପସନ୍ଦ ଆସିଯାଏ,ସେ ବିନା ବିଳମ୍ବରେ ତୁରନ୍ତ ସାଇନ କରିଦିଅନ୍ତି ।

ଫିଲ୍ମ ଦୃଶ୍ୟମ ବିଷୟରେ ତବୁ କହିଛନ୍ତିଯେ ଏବେ ତାଙ୍କୁ ଦୃଶ୍ୟମ ଭଳି ଚରିତ୍ର ମିଳିବା ଖୁବ ବଡ଼ କଥା । ତେବେ ସେଥିରେ ଇମୋସନାଲ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଖୁବ କଷ୍ଟ ଥିଲା ବୋଲି ସେ କହ÷ିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More