Only for Entertainment

ବାସ୍ତୁ ଅନୁସାରେ ଜାଣନ୍ତୁ ଜୋତା ସମ୍ପର୍କରେ କିଛି ବିଶେଷ କଥା !

groomsadvice
0 45

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ଦୁର୍ଭାଗ୍ୟ ଓ ସୌଭାଗ୍ୟକୁ ପାଦର ଜୋତା ପ୍ରଭାବିତ କରିଥାଏ। କିଛି ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ କିସମର ଜୋତା ଅଶୁଭ ମଧ୍ୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାହାପାଇଁ କେଉଁଭଳି ଜୋତା ପିନ୍ଧିବା ମନା।

  •  ଜ୍ୟୋତିର୍ବିତ୍‌ଙ୍କ କହିବା ଅନୁସାରେ, କାହାଠାରୁ ଉପହାର ଆକାରରେ ମିଳିଥିବା ଜୋତା ବ୍ୟବହାର କରିବା ଉଚିତ୍ ନୁହେଁ। ଉପହାରରେ ମିଳିଥିବା ଜୋତା ପିନ୍ଧିଲେ, ବିଭିନ୍ନ କ୍ଷେତ୍ରରେ ସଫଳତା ମିଳି ନ ଥାଏ ଓ  ଭାଗ୍ୟ ଆପଣଙ୍କ ସାଥ୍‌ ଦେଇ ନ ଥାଏ।
  • ଚାକିରି ଅନୁସନ୍ଧାନ ଓ ଇଣ୍ଟର୍‌ଭ୍ୟୁ ପାଇଁ ଗଲା ବେଳେ ଫଟା ଜୋତା ପିନ୍ଧି ଯିବା ଆଦୌ ଉଚିତ୍‌ ନୁହେଁ। ଏହା ଆପଣଙ୍କ ସଫଳତାରେ ପ୍ରତିବନ୍ଧକ ସାଜିଥାଏ।
  • ଶିକ୍ଷାର୍ଥୀ ଓ ପରୀକ୍ଷାର୍ଥୀମାନେ ଡ୍ରାକ୍‌ ବ୍ରାଉନ୍‌ ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ। ଏହି ରଙ୍ଗର ଜୋତା ସେମାନଙ୍କୁ ଅଶୁଭ ଫଳ ଦିଏ।
  •  ମେଡିକାଲ୍‌ ଓ ଲୌହ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକେ ଧଳା ରଙ୍ଗର ଜୋତା ପିନ୍ଧିବା ଉଚିତ୍ ନୁହେଁ। ଏହି ରଙ୍ଗର ଜୋତା ସେମାନଙ୍କ ପାଇଁ ଆର୍ଥିକ ଅନଟନର କାରଣ ହୋଇଥାଏ। ସବୁବେଳେ ଅଭାବ ଲାଗି ରହିଥାଏ।
  •  ଅଫିସ୍‌ ବା କୌଣସି କାର୍ଯ୍ୟସ୍ଥଳୀକୁ ଗଲାବେଳେ ବ୍ରାଉନ୍‌ ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ । ଏହା ଦ୍ୱାରା ହେବାକୁ ଥିବା କାମ ବିଗିଡ଼ି ଯିବାର ଆଶଙ୍କା ରହିଛି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More