Only for Entertainment

ପ୍ରତ୍ୟେକ ମହିଳାଙ୍କୁ ନିଜ ଭାବି ସ୍ୱାମୀଙ୍କ ବିଷୟରେ ଏହି ୭ଟି କଥା ଜାଣିବା ନିହାତି ଆବଶ୍ୟକ ।

thriving relation
0 55

ପ୍ରତ୍ୟେକ ଝିଅଙ୍କର ସେମାନଙ୍କ ଭାବି ସ୍ୱାମୀଙ୍କୁ ନେଇ ବିଭିନ୍ନ ସ୍ୱପ୍ନ ରହିଥାଏ । ବିଭିନ୍ନ ସମୟରେ ଦୁଇ ଜଣଙ୍କ ମଧ୍ୟରେ ମତ ଭେଦ ଦେଖାଯାଏ । ଏହାପରେ ଧୀରେ ଧୀରେ ସଂପର୍କରେ ତିକ୍ତତା ଆସିଥାଏ । ତେବେ ବିବାହ ଜୀବନରେ ଖୁସି ରହିବା ପାଇଁ ଭାବି ସ୍ୱାମୀଙ୍କ ବିଷୟରେ ଏହି ସମସ୍ତ କଥା ଜାଣିବା ନିହାତି ଆବଶ୍ୟକ । ଆସନ୍ତୁ ଆଲୋଚନା କରିବା ।

  • ସଂପର୍କରେ ସମ୍ମାନ ହେଉଛି ସବୁଠାରୁ ବଡ଼ । କେବେ କେବେ ସମ୍ମାନ ନ ଦେବା କାରଣରୁ ସଂପର୍କ ଭାଙ୍ଗିଯାଏ । ବିବାହ ପୂର୍ବରୁ ଜାଣିବା ଉଚିତ ଯେ ଆପଣଙ୍କ ଭାବି ସ୍ୱାମୀ ଆପଣଙ୍କ ବାପା ଓ ମାଙ୍କୁ କେତେ ସମ୍ମାନ ଦେଉଛନ୍ତି ।
  • ଆଜିକାଲି ପ୍ରାୟ ଝିଅ ଜବ କରୁଛନ୍ତି । କିନ୍ତୁ ବିବାହ ପୂର୍ବରୁ ଆପଣଙ୍କ ଭାବି ପତ୍ନୀଙ୍କ ସହିତ ଏହି ବିଷୟରେ କଥା ହୁଅନ୍ତୁ । ନଚେତ ଆଗାମୀ ଦିନରେ ଏହା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।
  • କିଛି ଲୋକ ଶାକାହାରୀ ତ କିଛି ଲୋକ ମାଂସାହାରୀ ହୋଇଥାନ୍ତି । ଯଦି ଏହା ଦ୍ୱାରା ଆପଣଙ୍କୁ ଫରକ ପଡ଼ୁଥାଏ ତେବେ ଏହାକୁ ଭଲ ଭାବରେ ଜାରି ରଖନ୍ତୁ ।
  • କେତେକ ପୁରୁଷ ପତ୍ନୀଙ୍କର ପୁରୁଷ ବନ୍ଧୁଙ୍କ ସହିତ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ତେବେ ଏହା ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ ।
  • ବିବାହ ପୂର୍ବରୁ ଫ୍ୟାମିଲି ପ୍ଲାନିଙ୍ଗକୁ ନେଇ ମଧ୍ୟ ଆଲୋଚନା କରିବା ଉଚିତ । ଏହା କରିବା ଦ୍ୱାରା ଆଗାମୀ ଦିନରେ ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ତେଣୁ ଉଭୟ ପରସ୍ପରର ବିଚାର ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ ।
  • ପରସ୍ପରର ପସନ୍ଦ ବିଷୟରେ ଜାଣିବା ଉଚିତ । ନଚେତ ଛୁଟି ଦିନରେ ଆପଣ ବାହାରକୁ ଯିବାକୁ ଚାହୁଁଥିବା ସମୟରେ ସେ ଘରେ ରହିବାକୁ ପସନ୍ଦ କରୁଥିବେ ଯାହା ଦ୍ୱାରା ମନମାଳିନ୍ୟ ସୃଷ୍ଟି ହେବ ।
  • ଦୁଇ ଜଣଙ୍କର ରୋଜଗାର ବିଷୟରେ ମଧ୍ୟ ଜାଣିବା ଉଚିତ । କାରଣ ଭବିଷ୍ୟତରେ ଉଭୟ ଉଭୟଙ୍କ ଉପରେ ନିର୍ଭର ରହିବେ ।
    ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆଗାମୀ ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More