Only for Entertainment

ଏଭଳି ପ୍ରଶ୍ନର ଉତ୍ତରରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସତ କି ଏହା କେବଳ ଆକର୍ଷଣ ।

glamour
0 63

ଜୀବନରେ ସମସ୍ତେ କେବେ ନା କେବେ ପ୍ରେମରେ ପଡଛନ୍ତି । ଏମିତି ଅନେକ ଥର ହୁଏ ସାମ୍ନା ଲୋକକୁ ଦେଖୁ ଦେଖୁ ପ୍ରେମ ହୋଇଯାଇଥାଏ । ମାତ୍ର ଏଭଳି କିପରି ଜଣା ପଡିବ ଯେ ଆମେ ଯାହା ଅନୁଭବ କରୁ ତାହା ସତ ପ୍ରେମ କି ନୁହେଁ । ହୁଏତ କିଛି ସମୟର ଆକର୍ଷଣ ଅଟେ । ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ତେବେ ଆପଣ ଏହାର ଉତ୍ତର ଜାଣିବା ନିହାତି ଜରୁରୀ । ଏହି ପ୍ରଶ୍ନର ଉତ୍ତରରୁ ହିଁ ଆପଣଙ୍କୁ ଜଣା ପଡିଯିବ ଆପଣଙ୍କ ଭଲ ପାଇବା ସତ କି ଆକର୍ଷଣ ।

୧. ଆପଣଙ୍କ ସାଥୀ ତାଙ୍କ ବନ୍ଧୁଙ୍କ ସହ କିଭଳି ଭାବେ ଭେଟ କରାଉଛନ୍ତି ?
କଣ ଆପଣ ଜାଣନ୍ତି ଆପଣଙ୍କ ପାର୍ଟନର ତାଙ୍କ ସାଙ୍ଗ ମାନଙ୍କ ପାଖରେ ଆପଣଙ୍କ ସହ ଥିବା ସମ୍ପର୍କକୁ ଲୁଚାଇ ରଖିଛନ୍ତି । ତେବେ ଏହା ପ୍ରେମ ନୁହେଁ । ଯଦି ଏହା ପ୍ରେମରେ ଅଛନ୍ତି ତେବେ ଆପଣଙ୍କ ପାର୍ଟନର ଏହି ବିଷୟରେ ସାଙ୍ଗ ମାନଙ୍କୁ ଲୁଚାଇବେ ନାହିଁ ।

୨. ପାର୍ଟନରଙ୍କ ସହ ଥିଲା ବେଳେ ଆପଣ କେଉଁ ସର୍ବ ନାମ ବ୍ୟବହାର କରୁଛନ୍ତି ?
ସମ୍ପର୍କରେ ରହିଲେ ଅନେକ ସମୟରେ ଯୋଡି ‘ଆମେ’ଶବ୍ଦ ବ୍ୟବହାର କରିଥାଆନ୍ତି । ଯେପରିକି ଆପଣଙ୍କୁ କେହି ଯଦି ପଚାରନ୍ତି ଆପଣ ଛୁଟିରେ କଣ କଲେ ଏବଂ ଉତ୍ତରରେ ଯଦି ଆପଣ କୁହନ୍ତି ଆମେ ବୁଲିବାକୁ ଯାଇଥିଲୁ , ଏଭଳି ନୁହେଁ କି ମୁଁ ତା ସହ ବୁଲିବାକୁ ଯାଇଥିଲି ।

୩. କଣ ଆପଣ ଆପଣଙ୍କ ପାର୍ଟନର ସହ ସମସ୍ତ ବିଷୟ ସେୟାର କରନ୍ତି ?
ସମ୍ପର୍କକୁ ମଜଭୁତ କରିବାକୁ ହେଲେ ଦୁହିଁଙ୍କୁ ପରସ୍ପର ସମ୍ପର୍କରେ ସମସ୍ତ କଥା ସେୟାର କରିବା ଜରୁରୀ । ଯଦି ଆପଣ ଏଭଳି କରୁ ନାହାନ୍ତି ତେବେ ଆପଣ ତାଙ୍କ ଉପରେ ଭରସା କରୁନାହାନ୍ତି ।

୪. ଆପଣ କିଛି କଲେ କ’ଣ ଆପଣଙ୍କ ପାର୍ଟନରକୁ ଫରକ ପଡେ?
ଆପଣ କିଛି କଲେ ଯଦି ଆପଣଙ୍କ ପାର୍ଟନର ପ୍ରଭାବିତ ହେଉଛନ୍ତି ତେବେ ସେ ଆପଣଙ୍କୁ ନେଇ ଖୁବ ସିରିଅସ ଅଟନ୍ତି । ଯଦି ଏଭଳି କରୁ ନାହାନ୍ତି ତେବେ ତାଙ୍କୁ ଆପଣଙ୍କ କୌଣସି କଥାରେ ଫରକ ପଡୁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More