Only for Entertainment

ନିୟମିତ ବ୍ରୋକଲି ଖାଇଲେ ଶରୀରକୁ ମିଳିବ ଏହି ଫାଇଦା !

32

ବ୍ରୋକଲିର ସ୍ୱାଦ ଭଲ ଲାଗୁନଥାଇପାରେ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ବିଦେଶରେ ଏହାକୁ ଲୋକେ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣ ଏହାକୁ ସବୁବେଳେ ଖାଇବା ଆରମ୍ଭ କରିବେ । କିଛି ଲୋକ ଏହାକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ ଏହାକୁ ସିଝାଇ ବା କଞ୍ଚାରେ ସାଲାଡ୍ କରି ଖାଇବା ଦ୍ୱାରା ଶରୀରକୁ ଏହାର ଅଧିକ ଫାଇବା ମିଳିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ

୧. ନିୟମିତ ଭାବରେ ବ୍ରୋକଲି ଖାଇବା ଦ୍ୱାରା ହୃଦଜନିତ ସମସ୍ୟା ହୋଇନଥାଏ ।

୨. ବ୍ରୋକଲିରେ କର୍କଟ ରୋଗ ରୋକିବାର ଗୁଣ ରହିଥାଏ । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ବ୍ରୋକଲି ଖାଇବା ଦ୍ୱାରା ସ୍ତନ କର୍କଟ, ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି ଜଣାପଡ଼ିଛି ।

୩. ବ୍ରୋକଲିରେ ଥିବା ପୋଷକ ତତ୍ତ୍ୱ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀ ପ୍ରତିଦିନ ବ୍ରୋକଲି ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ ।

୪. କିଛି ଲୋକଙ୍କୁ ଭୋକ ହୋଇନଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି ତେବେ ବ୍ରୋକଲିର ସୁପ୍ ତିଆରି କରି ପିଅନ୍ତୁ ।

୫.ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ରୋକଲି ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ବଢୁଥିବା ଶିଶୁର ମସ୍ତିଷ୍କ ବିକସିତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More