Only for Entertainment

ସୁମଧୁର କଣ୍ଠ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ !

118
  • ଶୁଷ୍କତା କଣ୍ଠକୁ କର୍କସ କରିଥାଏ । ତେଣୁ ପ୍ରତିଦିନ ଯଥା ସମ୍ଭବ ପାଣି ପିଅନ୍ତୁ । ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ । କଣ୍ଠକୁ କେବେ ଶୁକିଲା ରହିବାକୁ ଦିଅନ୍ତୁ ନାହିଁ ।
  • ସବୁବେଳେ ଅଯଥା ଗପନ୍ତୁ ନାହିଁ । ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କାରଣରେ ଅଧିକ କଥା କହିଥାନ୍ତି । ତେଣୁ ବେଶୀ କଥା ନହୋଇ ଯେତିକି ଆବଶ୍ୟକ ସେତିକି କଥା ହୁଅନ୍ତୁ । ଯଥାସମ୍ଭବ ନିଜ କଣ୍ଠକୁ ଆରାମ ଦିଅନ୍ତୁ । ଅଧିକ ଚିଲାଇ ଚିଲାଇ ମଧ୍ୟ କଥା କୁହନ୍ତୁ ନାହିଁ । ଏହାଦ୍ୱାରା କଣ୍ଠ ଉପରେ କୁପ୍ରଭାବ ପଡିଥାଏ ।
  • କଣ୍ଠକୁ ମଧୁର କରିବାରେ ଲବଙ୍ଗ ଏକ ଘରୋଇ ଔଷଧ ଅଟେ । ଖାଇବା ପରେ ନିୟମିତ ୧-୨ଟା ଲବଙ୍ଗ ଖାଇବା ଦ୍ୱାରା କଣ୍ଠ ସଫା ଏବଂ ମଧୁର ହୋଇଥାଏ ।
  • ଅଦା ଖଣ୍ଡ ନେଇ ତାର ଚୋପା ଛଡାଇ ଦିଅନ୍ତୁ । ଏହାପରେ ତାକୁ କିଛି ହେଙ୍ଗୁ ଏବଂ କଳା ଲୁଣ ସହିତ ଗରମ କରନ୍ତୁ । ଶୁଖିଲା ପରେ ତାକୁ ଗୁଣ୍ଡ କରି ରଖି ଦିଅନ୍ତୁ । ପ୍ରତିଦିନ ଖାଇ ସାରିବା ପରେ ଏହାକୁ ଖାଇଲେ କଫ, ଥଣ୍ଡା ପୁରା ଭଲ ହୋଇଥାଏ । କଣ୍ଠ ମଧ୍ୟ ସଫା ହୋଇଥାଏ ।
  • ମଧୁର ସ୍ୱର ପାଇଁ ଅଳେଇଚ ମଧ୍ୟ ବେଶ ଉପକାରୀ । ଅଳେଇଚ, ଶୁଦ୍ଧ କସ୍ତୁରୀ ଓ ଲବଙ୍ଗୁ ସମାନ ମାତ୍ରାରେ ନେଇ ତାକୁ ଗୁଣ୍ଡ କରନ୍ତୁ । ଏହି ଗୁଣ୍ଡକୁ ଦିନକୁ ୩ଥର ମହୁରେ ମିଶାଇ ଖାଆନ୍ତୁ । ନିୟମତି ଏହାର ସେବନ ଦ୍ୱାରା କଣ୍ଠ ମଧୁର ହୋଇଥାଏ ।
  • ଯଦି ଗଳା ବସିଯାଇଛି, କଣ୍ଠ ଖସଖସ ହେଉଛି ତେବେ ଗୁଣ୍ଡ ମିଶ୍ରିକୁ ପାଟିରେ ରଖି ଚୁଷନ୍ତୁ । ଏହାଦ୍ୱାରା ଆପଣଙ୍କ ବନ୍ଦ କଣ୍ଠ ତୁରନ୍ତ ଖୋଲିଯିବା ସହ ଗଳା ସଫା ହୋଇଯିବ ।
  • କଣ୍ଠକୁ ସୁମଧୁର କରିବା ପାଇଁ ଗୋଲମରିଚ ଅତ୍ୟନ୍ତ ଉପଯୋଗୀ । ଖାଇ ସାରିବା ପରେ ଗୋଲମରିଚ ଗୁଣ୍ଡ ଓ ଚିନ ଘିଅରେ ମିଶାଇ ଚାଟନ୍ତୁ । ଏହାଦ୍ୱାରା ଲାଭ ମିଳେ । ଚିନି ବଦଳରେ ଆପଣ ମିଶ୍ରି ମଧ୍ୟ ବ୍ୟବହାର କରିପାରିବେ ।
  • କାଜୁ, କିସମିସ, ଆଲମଣ୍ଡ ଖାଇବା ଦ୍ୱାରା ମଧ୍ୟ କଣ୍ଠ ଭଲ ରହେ । ତେଣୁ ପ୍ରତିଦିନ ସକାଳେ ଏହାକୁ ଖାଇବା ଅଭ୍ୟାସ କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More