Only for Entertainment

ମୂଷା ଉପଦ୍ରବରୁ ରକ୍ଷା ଚାହୁଁଥିଲେ ଆପଣାନ୍ତୁ ଏହି ସମସ୍ତ ଉପାୟ !

0 64

ଚାଷୀଙ୍କର ଫସଲକୁ କୀଟ, ପତଙ୍ଗ, ବିହଙ୍ଗ, ଭାଲୁ, ମାଙ୍କଡ଼, ହାତୀ ଓ ଅନ୍ୟାନ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଜୀବ ଯଥା ଅଷ୍ଟପଦୀ, ଦ୍ୱିପଦୀ ଓ ସୂତ୍ରଜୀବ ଫସଲର ଭିନ୍ନ ଭିନ୍ନ ଅବସ୍ଥାରେ ଆକ୍ରମଣ କରନ୍ତି। ମୂଷା ଏମାନଙ୍କ ପରି ମଧ୍ୟ ଫସଲକୁ ଆକ୍ରମଣ କରେ। ଏହା ସହିତ ଏମାନେ ମଧ୍ୟ ଭଣ୍ଡାରଘରେ ସାଇତା ହୋଇଥିବା ଖାଦ୍ୟଶସ୍ୟକୁ ଓ ରୋଷେଇ ଘରେ ରହିଥିବା ଖାଦ୍ୟଦ୍ରବ୍ୟକୁ ମଧ୍ୟ ଖାଇଥାନ୍ତି। ଏତଦ୍‌ବ୍ୟତୀତ ମୂଷା ଖାଦ୍ୟଶସ୍ୟ ଓ ଖାଦ୍ୟଦ୍ରବ୍ୟରେ ନିଜର ମଳ, ମୂତ୍ର ଓ ଲୋମ ତ୍ୟାଗ କରନ୍ତି। ଏହାଯୋଗୁ ଖାଦ୍ୟଶସ୍ୟ ଓ ଖାଦ୍ୟଦ୍ରବ୍ୟ ଖାଦ୍ୟୋପଯୋଗୀ ହୋଇପାରେ ନାହିଁ।

 

ନିରାକରଣର ଉପାୟ:

ରୋଷେଇଘର, ଖାଦ୍ୟଶସ୍ୟ ସାଇତା ହୋଇ ରହୁଥିବା ଭଣ୍ଡାର ଘର ଓ ଗୋଦାମ ଘର ଅନ୍ଧାର ହେବା ଉଚିତ ନୁହେଁ। ଭାଡ଼ିରେ ରଖାଯାଉଥିବା ବସ୍ତା ମଧ୍ୟରେ ଫାଙ୍କା ରଖନ୍ତୁ। ଏହାଦ୍ୱାରା ଭଣ୍ଡାରଘର ପରିଷ୍କାର ପରିଚ୍ଛନ୍ନ ହୋଇପାରିବ। ସେହିପରି ଭଣ୍ଡାରଘର ଓ ଗୋଦାମଘରେ ବ୍ରୋମାଡିଓଲନ ନାମକ ଏକ ବିଷ ଦ୍ରବ୍ୟ ଯେଉଁଠି ବିସ୍କୁଟ ପରି ଦେଖାଯାଏ ତାହାକୁ ଖଣ୍ଡ ଖଣ୍ଡ କରି ମୂଷାମାନେ ବୁଲାବୁଲି କରୁଥିବା ସ୍ଥାନରେ ରଖାଯାଏ। ଏହି ବିଷ ଖଣ୍ଡଗୁଡ଼ିକୁ ଲଗାତର ୦୩ ଦିନ ରଖିବାକୁ ପଡ଼େ। ୩ ଦିନ ଏହି ବିଷକୁ ଖାଇବା ପରେ ମୂଷା ବାହାରକୁ ଯାଇ ମୃତ୍ୟୁମୁଖରେ ପଡ଼ନ୍ତି। ଏହାବ୍ୟତୀତ ବଜାରରେ ମୂଷାଙ୍କୁ ମାରିବା ପାଇଁ ଟ୍ରବୁଲଗମ୍‌ ନାମକ ଏକ ବ୍ୟାଟ ମିଳେ। ଏଥିରେ ଅଠା ଲାଗି ରହିଥାଏ। ଏହା ଉପରେ ମୂଷାମାନେ ପଡ଼ିଲେ ସେମାନେ ଅଠାଦ୍ୱାରା ଛନ୍ଦି ହୁଅନ୍ତି ଏବଂ ଏଥିରୁ ମୁକୁଳିପାରନ୍ତି ନାହିଁ। ଏହାବ୍ୟତୀତ ବିଭିନ୍ନ ଯନ୍ତାରେ କଦଳୀ, ବିସ୍କୁଟ ଓ ପାଉଁରୁଟି ରଖି ମୂଷାମାନଙ୍କୁ ଯନ୍ତାକୁ ଆକର୍ଷଣ କରି ବିନାଶ କରାଯାଏ। ଘରେ ମଧ୍ୟ ବିରାଡ଼ି ପୋଷି ମୂଷାଙ୍କୁ ମଧ୍ୟ ଦମନ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More