Only for Entertainment

ବାଥ୍‌ରୁମରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

you tube
41

ବାଥ୍‌ରୁମ୍‌ରୁ ଦୁର୍ଗନ୍ଧ ଦୂର କରିବା ଲାଗି ଆପଣ ଦାମୀ ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ତଥାପି ଦୁର୍ଗନ୍ଧ ଦୂର ହେଉନାହିଁ। ଏପରିସ୍ଥଳେ କେତେକ ଘରୋଇ ଉପାୟରେ ମଧ୍ୟ ଆପଣ ବାଥ୍‌ରୁମ୍‌ରୁ ଦୁର୍ଗନ୍ଧ ଦୂର କରିପାରିବେ। ଚାଲନ୍ତୁ ଜାଣିବା ଘରେ ଥିବା କେତେକ ଜିନିଷର ଉପଯୋଗ କରାଯାଇ କିଭଳି ବାଥ୍‌ରୁମ୍‌ ଦୁର୍ଗନ୍ଧରୁ ରକ୍ଷା ପାଇପାରିବେ।

ଲେମ୍ବୁ ରସ

ବାଥ୍‌ରୁମ୍‌ ଚଟାଣରେ ଲେମ୍ବୁ ରସ ପକାଇ କିଛି ସମୟ କବାଟ ବନ୍ଦ ରଖନ୍ତୁ। କିଛି ସମୟ ପରେ ପାଣି ଢାଳି ସଫା କରନ୍ତୁ। ଆପଣଙ୍କ ବାଥ୍‌ରୁମ୍‌ ପରିଷ୍କାର ହୋଇଯିବା ସହ ଦୁର୍ଗନ୍ଧ ଦୂର ହୋଇଯିବ।

ଭିନେଗାର
ପାଣିରେ ଭିନେଗାର ମିଶାଇ ବାଥ୍‌ରୁମ୍‌ ଚଟାଣରେ ଢାଳି କିଛି ସମୟ କବାଟ ବନ୍ଦ ରଖନ୍ତୁ। ଏହାପରେ ପାଣିରେ ସଫା କରନ୍ତୁ। ସପ୍ତାହକୁ ୨ ଥର ଏହି ପଦ୍ଧତି ଅବଲମ୍ବନ କରିପାରିବେ।

ଚାରା ଲଗାନ୍ତୁ
ବାଥ୍‌ରୁମ୍‌ ଭିତରେ ବାସ୍ନାଯୁକ୍ତ ଚାରା ଲଗାନ୍ତୁ। ଯେତେବେଳେ ବାଥ୍‌ରୁମ୍‌ ବ୍ୟବହାର କରୁ ନାହାନ୍ତି ଏହାକୁ ବନ୍ଦ ରଖନ୍ତୁ। ଏହାଦ୍ବାରା ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ।

ଖାଇବା ସୋଡ଼ା
ଖାଇବା ସୋଡ଼ାରେ ପାଣି ମିଶାଇ ପୋଛା ଲଗାଇବା ଦ୍ବାରା ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଏ। ଆପଣ ଚାହିଲେ ଖାଇବା ସୋଡ଼ାରେ ପାଣି ମିଶାଇ ବାଥ୍‌ରୁମ୍‌ ଧୋଇ ପାରିବେ।

ମହମବତୀ ବ୍ୟବହାର

ରାତିରେ ବାଥ୍‌ରୁମ୍‌ ଭିତରେ ବାସ୍ନାଯୁକ୍ତ ମହମବତୀ ଲଗାଇଲେ ସକାଳୁ ଏହାର ଦୁର୍ଗନ୍ଧ ଦୂର ହୋଇଯିବ। ଏହାବ୍ୟତୀତ ବାଥ୍‌ରୁମ୍‌ ସବୁବେଳେ ଓଦା ରହିବା କାରଣରୁ ମଧ୍ୟ ଦୁର୍ଗନ୍ଧ ହୋଇଥାଏ। ତେଣୁ ଏହାକୁ ସବୁବେଳେ ଓଦା ରଖନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More