Only for Entertainment

ଜୀବନ ଅଛିତ ସଂଘର୍ଷ ରହିବ ! ଜାଣନ୍ତୁ ଜୀବନ ଜିଇଁବାର କଳା

PatnaDaily
0 44

ସଂଘର୍ଷ କୁହନ୍ତୁ ଅବା ପରିଶ୍ରମ କିମ୍ବା ତପସ୍ୟା ,ବିନା ସଂଘର୍ଷରେ କିଛି ବି ହାସଲ କରି ହୁଏନା । କୈାଣସି ସଫଳ ବା ମହାନ ବ୍ୟକ୍ତିଙ୍କ ଜୀବନକୁ ଅନୁଧ୍ୟାନ କଲେ ,ଆପଣ ବି ଜାଣିପାରିବେ ସେ କେତେ ସଂଘର୍ଷ କରିଛନ୍ତି । ସଂଘର୍ଷ ଦୁଃଖ ଦିଏ , ତା ସହ ଶିଖରରେ ପହଁଚିବାର ବାଟ ବତାଇଦିଏ । ସଂଘର୍ଷ କିଛି ଦିଗ ଉପରେ ଧ୍ୟାନ ଦିଅନ୍ତୁ –

ସଂଘର୍ଷର ସକରାତ୍ମକ ଦିଗ – କେବେ କେବେ ଏମିତି ବି ହୁଏ , ଅନେକ ସଂଘର୍ଷକୁ ଦେଖି ଭାଂଗି ପଡନ୍ତି । ଗୋଟିଏ ପରେ ଗୋଟିଏ ସମସ୍ୟାକୁ ଦେଖି ସହଜରେ ହାର୍ ମାନି ଯା’ନ୍ତି । କିନ୍ତୁ ଏହି ପରିସ୍ଥିତିରେ ହାର୍ ମାନିବା ପରିବର୍ତ୍ତେ ଆତ୍ମବିଶ୍ୱାସ ଦୃଢ କରିବା ଉଚିତ୍ । ମନକୁ ନକରାତ୍ମକ ଚିନ୍ତାରେ ନ ବୁଡାଇ ସକରାତ୍ମକ ଭାବନା ମନରେ ରଖିବା ଉଚିତ୍ ।

ସଂଘର୍ଷ ହିଁ ଜୀବନ – ସମସ୍ତଙ୍କୁ ବୁଝିବା ଦରକାର ଯେ ଜୀବନ ଅଛି ତ ସମସ୍ୟା ରହିବ । ଆଉ ସମସ୍ୟା ଆସିବ ତ ସଂଘର୍ଷ କରିବାକୁ ହିଁ ପଡିବ । ଏଚ୍ଚୁ ସମସ୍ୟା ଓ ସଂଘର୍ଷକୁ ନେଇ ଡରି୍ିବା ଉଚିତ୍ ନୁହେଁ ।

ସଫଳତା ସହଜରେ ମିଳେନି – ରାତାରାତି ସଫଳତା ପାଇବାର ନିଶା ସମସ୍ତଙ୍କର ଥାଏ । ହେଲେ ଏମିତି ଇଚ୍ଛା ବେଳେବେଳେ ଖୁବ୍ ମହଙ୍ଗା ସାବ୍ୟସ୍ତ ହୁଏ । ଶୀଘ୍ର ସଫଳତା ପାଇବା ଆଶାରେ ଅନେକ ବହୁତ ଭୁଲ କରିବସନ୍ତି । କାରଣ ସର୍ଟକଟ ପରିବେର୍ତ୍ତ ଠିକ୍ ଉପାୟରେ ପରିଶ୍ରମ କରି ସଫଳତା ପାଇବା ଖୁବ୍ ଭଲ । ଏହା ମାନସିକ ଶାନ୍ତି ଦେଇଥାଏ । ଆଜି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ନାଁ କମାଇଛନ୍ତି ଏହା ସେମାନଙ୍କର ଦୀର୍ଘ ଦିନର ପରିଶ୍ରମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More