Only for Entertainment

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ନଡିଆ ଲଡ୍ଡୁ, ମିଳିବ ଅନେକ ଫାଇଦା !

jansatta
0 32

ଶରୀର ହେଉ କି କୋମଳ ତ୍ୱଚାର ସୁରକ୍ଷା ନଡିଆ ଫଳପ୍ରଦ ଅଟେ । ଏହାକୁ ବ୍ୟବହାର କରିବା ଦ୍ୱାରା କେବଳ ତ୍ୱଚାରେ ଚମକ ଆସିନଥାଏ ବରଂ ରୁପିରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାର କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ । ନଡିଆରେ ଭିଟାମିନ, ଖଣିଜ, ଆମିନୋ ଏସିଡ, ଫାଇବର, କାର୍ବୋହାଈଡ୍ରେଟ, ପ୍ରୋଟିନ ଭଳି ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ । ଆସନ୍ତୁ ଜାଣିବା ନଡିଆରେ ପ୍ରସ୍ତୁତ ନଡିଆ ଲଡୁର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ-
୨୫୦ଗ୍ରାମ ନଡିଆ
୧୦୦ଗ୍ରାମ ଚିନି
୧୦୦ଗ୍ରାମ ଖୁଆ
୧୦୦ଗ୍ରାମ କାଜୁ
୧୦୦ଗ୍ରାମ ବାଦାମ

ପ୍ରସ୍ତୁତି ପ୍ରଣାଳୀ-
ନଡିଆ ଲଡ୍ଡୁ ପ୍ରସ୍ତୁତ କରିବା ଅତି ସହଜ । ଏଥିପାଇଁ ୨୫୦ଗ୍ରାମ ନଡିଆ କୋରା ନିଅନ୍ତୁ ।ଏହା ବଜାରରେ ସହଜରେ ଉପଲବ୍ଧ । ୨୫୦ଗ୍ରାମ ନଡିଆ କୋରାରେ ଦରକାର ମୁତାବକ ଚିନି ପକାନ୍ତୁ । ଚିନିକୁ ମିକ୍ସରରେ ପେଶି ଦିଅନ୍ତୁ । ଏହାପରେ ଖୁଆ କିମ୍ବା ମିଲ୍କ ମେଡ ଆପଣ ବ୍ୟବହାର କରିପାରିବେ ।

ଏବେ କଢେଇ ଗରମ କରନ୍ତୁ । ଏଥିରେ ନଡିଆ କୋରା ପକାଇ ଗରମ କରନ୍ତୁ । ଯେତେବେଳେ ନଡିଆ ବାସ୍ନା ଆସିବ ସେଥିରେ ଖୁଆ କିମ୍ବା ମିଲ୍କମେଡ ଏବଂ ଚିନି ପକାନ୍ତୁ । ଏହା ଗରମ ହେଲା ପରେ ଏହାର ମିଶ୍ରଣକୁ ଲଡ୍ଡୁର ଆକାର ଦିଅନ୍ତୁ । ଏହି ଲଡ୍ଡୁ ହେଲା ପରେ ଏହାକୁ ଥଣ୍ଡା କରିବା ପାଇଁ ଫ୍ରିଜରେ ରଖନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ନଡିଆ ଲଡ୍ଡୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More