Only for Entertainment

ବିଜ୍ଞାନର ଚମତ୍କାର । ଏବେ ମଣିଷ ଶରୀରରେ ଲାଗିବ ଘୁସୁରୀର ହୃତପିଣ୍ଡ ।

aajtak
59

ଅଚାନକ ହୋଇଥିବା କୌଣସି ଦୁର୍ଘଟଣା ବା ଦୀର୍ଘ ସମୟ ଧରି କୌଣସି ରୋଗଗ୍ରସ୍ତ ଦ୍ୱାରା ଶରୀରର କୌଣସି ଅଙ୍ଗ ଖରାପ ହୋଇଯାଏ । ଏହି ସମୟରେ ବ୍ୟକ୍ତି ନିକଟରେ କେବଳ ଅର୍ଗାନ ଟ୍ରାନ୍ସପ୍ଲାଂଟ ବ୍ୟତୀତ ଅନ୍ୟ କୌଣସି ଉପାୟ ନଥାଏ । କିନ୍ତୁ କ’ଣ ଏହା ଦ୍ୱାରା ଆଉ ଏକ ଜୀବନ ମିଳିପାରିବ? ଯଦି ଆପଣ ମଧ୍ୟ ଏହାକୁ କଷ୍ଟ ଭାବୁଛନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁଯେ ଏହି କାମ ଏବେ ସରଳ ହୋଇଯାଇଛି । ବୈଜ୍ଞାନିକ ଏଭଳି ଉପାୟ ବାହାର କରିଛନ୍ତି ଯାହା ଦ୍ୱାରା ମଣିଷ ଶରୀରରେ ପଶୁ ମାନଙ୍କ ଅଙ୍ଗ ପ୍ରତ୍ୟାରୋପଣ କରାଯାଇ ପାରିବ । ଏହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିପାରେ ।

ଟଙ୍କା ଖର୍ଚ୍ଚକୁ ନେଇ ଆଉ ଗରିବ ବ୍ୟକ୍ତିଙ୍କ ମନରେ ଡର ରହିବ ନାହିଁ । ତେବେ ଏହି ଉପରେ ଏକ ଚତ୍ମକାର କରିଛନ୍ତି ଜର୍ମାନୀର ବୈଜ୍ଞାନିକ । ସାଇନ୍ସ ଫର ଦ କ୍ୟୁରିୟମ ଡିସ୍କଭରର ଖବର ଅନୁସାରେ ସେମାନେ ଏଭଳି ଏକ ଉପାୟ ବାହାର କରିଛନ୍ତି ଯାହା ଦ୍ୱାରା ମଣିଷ ଶରୀରରେ ପଶୁ ମାନଙ୍କର ଅଙ୍ଗ ଲାଗିପାରିବ । ଏହି ଗବେଷଣା ମ୍ୟୁନିଖରେ ଲୁଡବିଗ ମ୍ୟାକ୍ସମିଲିୟନ ୟୁନିଭର୍ସିଟିରେ ହୋଇଛି । ଗବେଷକଙ୍କକହିବା ଅନୁସାରେ ମଣିଷ ହୃତପିଣ୍ଡ ସ୍ଥାନରେ ଏବେ ଘୁସୁରୀର ହୃତପିଣ୍ଡ ଲାଗିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More