Only for Entertainment

ଡାକ୍ତରୀ ପାଠ ଛାଡି ମ୍ୟୁଜିକକୁ କ୍ୟାରିୟର କରିଥିଲେ ହ୍ୟୁମାନ ସାଗର, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା ।

youtube
0 46

ଗାୟକ ହ୍ୟୁମାନ ସାଗରଙ୍କୁ ଆଜି ପରିଚୟର ଆବଶ୍ୟକତା ନାହିଁ । ଓଡିଶାର ଘରେ ଘରେ ସେ ଅତି ପରିଚିତ । ତାଙ୍କ ଗୀତକୁ ଶ୍ରେତା ଖୁବ ପସନ୍ଦ କରିବା ସହିତ ଭଲପାଇବା ମଧ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ମ୍ୟୁଜିକ କ୍ୟାରିୟର ବିଷୟରେ କିଛି କଥା ।

ହ୍ୟୁମାନ ଯେତେବେଳେ ତାଙ୍କ ବାପା ମାଆଙ୍କୁ ଜଣାଇଥିଲେ ଯେ ସେ ଡାକ୍ତରୀ ପଢାଛାଡି ମ୍ୟୁଜିକ ଲାଇନରେ କ୍ୟାରିଅର କରିବେ, ସେତେବେଳେ ବାପାଙ୍କ ମନ ଭାଙ୍ଗି ଯାଇଥିଲା, କାରଣ ସେ ଚାହୁଁଥିଲେ ପୁଅ ଡାକ୍ତର ହେଉ । ଆଉ ଏହି ଘଟଣାର କିଛି ମାସ ପରେ ଯେତେବେଳେ ତାଙ୍କ ପୁଅ ତରଙ୍ଗ ଚାନେଲରେ ପ୍ରସାରିତ ‘ଭଏସ ଅଫ ଓଡ଼ିଶା ସିଜିନ -ଟୁ’ର ବିଜେତା ହେଲେ, ସେତେବେଳେ ବାପାଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା ଏବଂ ସେ ଭାବିଥିଲେ ପୁଅ ଠିକ ନିଷ୍ପତ୍ତି ନେଇଛି ।

Humane Sagar

ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶୁଭ୍ରାଂଶୁ ମିଶ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ସହରରେ । ବାପା ରବି ଚନ୍ଦ୍ର ସାଗର ଜଣେ ସ୍କୁଲ ହେଡମାଷ୍ଟର ଓ ମାଆ ଶେଫାଳୀ ସାଗର ଜଣେ ଗୃହିଣୀ । ହ୍ୟୁମାନଙ୍କ ଜେଜେ ମଧ୍ୟ ଜଣେ ସଙ୍ଗୀତକାର ଥିଲେ, ଯିଏ ତାଙ୍କୁ ସଙ୍ଗୀତ କ୍ଷେତ୍ର ପାଇଁ ପ୍ରେରିତ କରିଥିଲେ । ତାଙ୍କ ମାମୁଁ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କଠାରୁ ମଧ୍ୟ ପ୍ରେରଣା ପାଇଥିଲେ ହ୍ୟୁମାନ ।

ଏକ ଉଲ୍ଲେଖନୀୟ କଥା ହେଲା ଯେ ବଲାଙ୍ଗୀରର ସୁଗାୟକ ମାଧବ ହିଁ ହ୍ୟୁମାନଙ୍କୁ କଟକ ଆଣି ବିଭିନ୍ନ ରେକର୍ଡିଂ ଷ୍ଟୁଡିଓକୁ ନେଇ ପ୍ରଥମେ ଯାଇଥିଲେ ଓ ବିଭିନ୍ନ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ପରିଚିତ କରାଇଥିଲେ । ସେ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ଯେ ମାଧବ ଭାଇଙ୍କ ପାଇଁ ଏ ଲାଇନକୁ ଆସିବାରେ ସଫଳ ହୋଇଛନ୍ତି । ଚଳଚ୍ଚିତ୍ରରେ ପ୍ରଚ୍ଛପଟ ଗାୟକ ଭାବେ ବ୍ରେକ ଦେଇଥିଲେ ସଙ୍ଗୀତକାର ଏସ ଚନ୍ଦ୍ରକାନ୍ତ ତାଙ୍କ ଫିଲ୍ମ ‘ଆସିଲୁ ଯେବେ ତୁ ଯାଅନା ଫେରି’ରେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତିଏବଂ ଓଲିଉଡ ଜଗତକୁ ଗୋଟିଓ ପରେ ଗୋଟିଏ ମନଛୁଆଁ ଗୀତର ଉପହାର ଦେଇଚାଲିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More