Only for Entertainment

ପୁଲିସ ଅଫିସର ଭୂମିକାରେ ନଜର ଆସିବେ ଇମ୍ରାନ ହାସମି । ଜାଣନ୍ତୁ କାହା ଉପରେ ନିର୍ମାଣ ହେଉଛି ଫିଲ୍ମ ।

Deccan Chronicle
0 36

ବଲିଉଡ଼ର ସଫଳତମ ଅଭିନେତା ଇମ୍ରାନ ହାସମି ଏବେ ନିଜର ଆଗାମୀ ଫିଲ୍ମ ପାଇଁ ଚିନ୍ତିତ ଅଛନ୍ତି ବୋଲି ଜଣା ପଡିଛି । ଖବର ଅନୁସାରେ ଭାରତର ଜଣାଶୁଣା ପୁଲିସ ଅଫିସର ସୂର୍ଯ୍ୟକାନ୍ତ ବନ୍ଦେ ପଟେଲଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେଉଛି । ସୂର୍ଯ୍ୟକାନ୍ତଙ୍କ ଭୂମିକାରେ ଇମ୍ରାନ ନଜର ଆସିବେ । ବାସ୍ତବିକ ଘଟଣା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ବାପା-ପୁଅ ସମ୍ପକକୁ ନେଇ ତିଆରି ହେଉଛି ।

ସୂର୍ଯ୍ୟକାନ୍ତ ନିଜ ପୁଲିସ କ୍ୟାରିୟର ଭିତରେ ୧୨୦ କିଡନାପୀ ପିଲାଙ୍କୁ ଉଦ୍ଧାର କରିଥିଲେ । ଇମ୍ରାନଙ୍କୁ ଏହି ଫିଲ୍ମ ଅଫର ମିଳିବା ପରେ ସେ ସଙ୍ଗେ ସଙ୍ଗେ ଏଥିରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ । ସେ ସୂର୍ଯ୍ୟକାନ୍ତଙ୍କୁ ବହୁତ ପ୍ରଶଂସା କରିବା ସହ ତାଙ୍କ ଭୂମିକାରେ ଅଭିନୟ ପାଇଁ ସୁଯୋଗ ମିଳିଥିବାରୁ ବହୁତ ଗର୍ବିତ ଅନୁଭବ କରିଛନ୍ତି ।

ସାନ୍ତନୁ ବାଗଚି ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେବେ । ପ୍ରିୟା ଗୁପ୍ତା , କଳ୍ପନା ଉଦୟୱାର ଓ ଇମ୍ରାନ ମିଳିତ ଭାବେ ଫିଲ୍ମଟିର ପ୍ରଯୋଜନାଭାର ସମ୍ଭାଳିବେ ବୋଲି ଜଣା ପଡିଛି । ଏହି ଫିଲ୍ମରେ ଦୁଇ ଶିଶୁ କଳାକାର ଅଭିନୟ କରିବେ ବୋଲି ସ୍ଥିର କରାଯାଇଛି । ଏମାନଙ୍କ ଭିତରୁ ଇମ୍ରାନ ତାଙ୍କ ପୁଅ ଆୟାନଙ୍କୁ ନେବେ ବୋଲି ଶୁଣାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More