Only for Entertainment

ନିର୍ଦ୍ଦେଶକଙ୍କ ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଥିବା ଏଲ୍‍ସାଙ୍କ ବିଷୟରେ ଜାଣନ୍ତୁ କିଛି କଥା ।

Twitter
50

ନିର୍ଦ୍ଦେଶକଙ୍କ ସହ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ଥିବା ଏଲ୍‍ସା ଇତିମଧ୍ୟରେ ତିନିଟି ଓଡ଼ିଆ ଛବି ଓ ଗୋଟିଏ ତେଲୁଗୁ -ଓଡ଼ିଆ ଦ୍ୱିଭାଷୀ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି । ତାଙ୍କ ଅଭିନୀତ ପ୍ରଥମ ସିନେମା ଦୀପୁ ଦ ଡ୍ୟାନ୍ସ ବୟ’ରେ ନାୟକ ଥିଲେ ମନୋଜ ରାଉତ । ଏଥିରେ ଏଲ୍‍ସାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ସୌମ୍ୟ । ତା’ପରେ ଏଲ୍‍ସାଙ୍କୁ ପପୁ ପମପମଙ୍କ ବିପକ୍ଷରେ ‘ଭୈରବ’ ସିନେମାରେ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କ ଅଭିନୀତ ଚରିତ୍ର ଥିଲା ସୁରଭି । ଏବେ ସେ ‘ତୁ ମୋ’ ଚଢେଇ’ ସିନେମାରେ ଫିମେଲ ଲିଡ୍‍ରେ ଆସୁଛନ୍ତି । ଏଥିରେ ତାଙ୍କୁ ଦର୍ଶକ ଶିବାନୀ ଭୂମିକାରେ ଦେଖିବାକୁ ପାଇବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଅଛନ୍ତି ଜ୍ୟୋତି । ତାଙ୍କ ଅଭିନୀତ ଏକ ତେଲୁଗୁ – ଓଡ଼ିଆ ଦ୍ୱିଭାଷୀ ସିନେମା କ୍ରିଷ୍ଣାସାହୁ ସୁପରମାର୍କେଟ୍‍’ ବି ରିଲିଜ ଅପେକ୍ଷାରେ ରହିଛି ।

elsa

ଏହାଛଡା ଏଲ୍‍ସା ‘ପ୍ରେମନିଆ’ ଟାଇଟଲରେ ନିର୍ମିତ ଏକ ବଙ୍ଗଳା ସିନେମାରେ ମଧ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ‘ତୁ ମୋ ସୁନା ଚଢେଇ’ର ଇଚ୍ଛାଧାରୀ ନାଗୁଣୀ- ଏଲ୍‍ସା କହନ୍ତି ଯେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ ତୁ ମୋ ସୁନା ଚଢେଇ’ରେ ଏକ ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଅଭିନୟ କରିଛନ୍ତି । ଏହା ଦୁଇ ଜନ୍ମର କାହାଣୀ, ଏହି ଫିଲ୍ମ ପାଇଁ ସେ ସବୁଠାରୁ ଅଧିକ ପରିଶ୍ରମ କରିଛନ୍ତି । ସେ ନିଜେ ସବୁତକ ଷ୍ଟଣ୍ଟ ସିନ୍‍ ଦେଇଛନ୍ତି ।

elsa

ପ୍ରିୟ ନାୟିକା- ଏଲସାଙ୍କର ପ୍ରିୟ ବଲିଉଡ ନାୟିକା ହେଲେ ଦୀପିକା ପାଦୁକୋନ। ଓଲିଉଡର ନାମୀ ନାୟିକା ରଚନା ବାନାର୍ଜୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ ନିଜର ମନପସନ୍ଦ ନାୟିକା ବୋଲି କହନ୍ତି ଏଲ୍‍ସା ।

ଭାରି ଫୁଡି- ଏଲ୍‍ସା ଖାଇବା ପିଇବା ମାମଲାରେ ଏକଦମ ବିନ୍ଦାସ୍‍ । ସେ ଖାଇବାକୁ ଆଦୌ ନିୟନ୍ତ୍ରଣ କରିପାରନ୍ତି ନାହିଁ । ନିଜକୁ ଜଣେ ଭାରି ଫୁଡି ବୋଲି ଜଣାଇବାରେ ସଙ୍କୋଚ ନାହିଁ ତାଙ୍କର । ଜଙ୍କ୍‍ ଫୁଡ୍‍ ଖାଇବାକୁ ବେଶି ପସନ୍ଦ କରନ୍ତି ଏଲ୍‍ସା । ପ୍ଳସ ଟୁ ଛାତ୍ରୀ ଏଲ୍‍ସା ଅବସର ସମୟରେ ବିଭିନ୍ନ ପ୍ରକାରର ବହି ପଢିବାକୁ ପସନ୍ଦ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More