Only for Entertainment

ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାକୁ ଗଲେ ଦୂର ହୋଇଯାଏ ଅଭାବ

indianexpress
0 38

ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାକୁ ଗଲେ ଅର୍ଥ ସମସ୍ୟା, ଦାରିଦ୍ର୍ୟତା ଓ ଅଭାବ ଅନଟନ ଦୂର ହୋଇଯାଏ। ଏହି ଗାଁ ହେଉଛି ଉତ୍ତରାଖଣ୍ଡର ମାଣା। ଯେଉଁ ଗାଁରେ ପାଦ ଦେଉ ଦେଉ ଲୋକଙ୍କ ଦାରିଦ୍ର୍ୟ ଦୂର ହୁଏ। ମନରେ ଆସେ ଶାନ୍ତି। ଏହା ଭଗବାନ ଶିବଙ୍କ ମହିମା ଯୋଗୁ ହୋଇଥାଏ ବୋଲି ଗାଁ ଲୋକେ କୁହନ୍ତି। ଗାଁଟି ଏକ ଶୁଭ ଓ ପାପମୁକ୍ତସ୍ଥଳୀର ମାନ୍ୟତା ପାଇଛି। ଏଠାକୁ ଆସୁଥିବା ଲୋକ ପାପରୁ ମୁକ୍ତ ହୋଇଥାନ୍ତିି ବୋଲି ରହିଛି ବିଶ୍ୱାସ ।

mana4

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦେଶର ସୀମାରେ ରହିଛି ଏହି ଗାଁ। ଏହାକୁ କେହି କେହି ଦେଶର ଶେଷ ଗାଁ କହିଥାନ୍ତି। ଗାଁକୁ ଆସୁଥିବା ବ୍ୟକ୍ତି ସ୍ବପ୍ନଦ୍ରଷ୍ଟା ପାଲଟି ଯାଉଥିବା କେତେକ କୁହନ୍ତି। ଏହାଦ୍ୱାରା ବ୍ୟକ୍ତି ଜଣକ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଆଗୁଆ ଜାଣିପାରନ୍ତି। ମାଣିକ ଶାହ ନାମକ ଜଣେ ବ୍ୟବସାୟୀ ଶିବଙ୍କ ବଡ ଭକ୍ତ ଥିଲେ। ଥରେ ବେପାରକୁ ଯାଉଥିବା ବେଳେ ଲୁଟେରାମାନେ ତାଙ୍କର ମୁଣ୍ଡକାଟି ହତ୍ୟା କରିଦେଲେ। ମୁଣ୍ଡ ଶରୀରୁ ଅଲଗା ହୋଇଥିଲେ ବି ଶିବଙ୍କର ନାମ ଜପ କରୁଥିଲା। ଭକ୍ତ ମାଣିକଙ୍କର ଭକ୍ତିରେ ପ୍ରସନ୍ନ ହୋଇ ଶିବ ତାଙ୍କ ଶରୀରରେ ବାର୍‌ହାର ମୁଣ୍ଡ ଲଗେଇ ଦେଲେ। ଏହାପରେ ଲୋକେ ତାଙ୍କୁ ମଣିଭଦ୍ର ନାଁରେ ପୂଜା କରିବା ଆରମ୍ଭ କଲେ।

ଶିବ ମାଣିକ ଶାହଙ୍କୁ ବରଦାନ ଦେଇ କହିଥିଲେ ଯେ, ଏହି ସ୍ଥାନକୁ ଯିଏ ଆସିବ ତା’ର ସବୁ ଦାରିଦ୍ର୍ୟ ଦୂର ହୋଇଯିବ। ସେହିଦିନଠାରୁ ଏହି ଗାଁର ମହିମା ବଢ଼ିବାରେ ଲାଗିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More