Only for Entertainment

କମ ଖର୍ଚ୍ଚରେ ନୂଆ ବର୍ଷରେ ଏହିଭଳି ଘରକୁ ସଜାନ୍ତୁ ।

29

ନୂଆ ବର୍ଷରେ ଘରକୁ ସଜାଇବା ପାଇଁ ସମସ୍ତେ କିଛି ନା କିଛି ପ୍ଲାନିଙ୍ଗ କରିଥାନ୍ତି । ତେଣୁ ବିଭିନ୍ନ ପ୍ରକାର ସାଜସଜ୍ଜା ପାଇଁ ପ୍ରଚୁର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । କିନ୍ତୁ କମ ଖର୍ଚ୍ଚେର ମଧ୍ୟ ସୁନ୍ଦର ଭାବରେ ସାଜସଜ୍ଜା ହୋଇପାରିବ । ଆସନ୍ତୁ ଜାଣିବା କେଉଁଭଳି ଭାବରେ ସଜାଇବେ ।

ନୂଆ ବର୍ଷ ଉପଲକ୍ଷେ ବଜାରରୁ କିଛି ଲାଂଟର୍ନ ନେଇ ଆସନ୍ତୁ । ଏହାକୁ ଘର ସିଡି ଏବଂ ବଗିଚାରେ ସଜାନ୍ତୁ ଏହା ବ୍ୟତୀତ ଏହାକୁ ଆପଣ ଝୁଲାଇ ମଧ୍ୟ ପାରିବେ । ଯାହା ଏକ ତୋରଣ ଭଳି ଲାଗିବ ।

ପାର୍ଟିର ମୁଡକୁ ଦ୍ୱିଗୁଣିତ କରିବା ପାଇଁ ଏଲଇଡି ଲାଇଟ ମଧ୍ୟ ବ୍ୟବହାର କରିପାରିବେ । ଏହି ଲାଇଟର ବିଶେଷତ୍ୱ ହେଉଛିଯେ ଆପଣ ଏହାକୁ ନିଜ ଇଛା ଅନୁସାରେ ସେପ ଦେଇ ଡେକୋରେଟ କରିପାରିବେ । କିନ୍ତୁ କୌଣସି ସ୍ଥାନକୁ ହାଇଲାଇଟ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏହାକୁ ବଗିଚା,ଘର କିମ୍ବା ରାସ୍ତାରେ ମଧ୍ୟ ବ୍ୟବାହାର ଚରିପାରିବେ ।

ଏହା ବ୍ୟତୀତ ଘରକୁ ସଜାଇବା ପାଇଁ ଆପଣ ବାଉଁଶର ବ୍ୟବହାର କରିପାରିବେ । ଘରର କୌଣସି କୋଣରେ ହେଉ କିମ୍ବା ରୁମର କୌଣସି ଭାଗରେ ଆପଣ ବାଉଁଶ କିମ୍ବା ଷ୍ଟିକ ବ୍ୟବହାର କରି ସେଥିରେ ଲାଇଟ ଲଗାଇ ପାରିବେ । ତେବେ ବାଉଁଶକୁ ଏକ ଷ୍ଟିକ ମାଧ୍ୟମରେ ଗଛ ଭଳି କରି ସେଥିରେ ଲାଇଟ ଲଗାନ୍ତୁ । ଘରର ସୁନ୍ଦରତା ଅଧିକ ବଢିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More