Only for Entertainment

୬୫କୋଟି ଘରେ ରହୁଛନ୍ତି ଏହି ଅଭିନେତା, ୮କୋଟି ଟଙ୍କାର ରାୟସ ଫେଂଟମ ଗାଡିରେ ବୁଲୁଛନ୍ତି !

68

ଫିଲ୍ମ ‘ବାହୁବଲୀ’ରେ ଧମାଲ ମଚାଇଥିବା ଅଭିନେତା ପ୍ରଭାସଙ୍କ ଗଣତି ଆଜି ମହଙ୍ଗା ଷ୍ଟାରଙ୍କ ମଧ୍ୟରେ ଆସିଥାଏ । ମିଡିଆ ରିପୋର୍ଟ ମୁତାବକ ବାହୁବଲୀର ପ୍ରଭାସ ୨୫କୋଟି ଟଙ୍କା ଡିମାଣ୍ଡ କରନ୍ତି ଗୋଟିଏ ଫିଲ୍ମ ପାଇଁ । ଶୁଣିବାକୁ ମିଳିଛି ଯେ ପ୍ରଭାସ ନିଜ ଅପକମିଂ ଫିଲ୍ମ ‘ସାହୋ’ ପାଇଁ ୩୦କୋଟି ଡିମାଣ୍ଡ କରିଛନ୍ତି ।

ଯଦି ଆମେ ପ୍ରଭାସଙ୍କ ଘର ବିଷୟରେ କହିବା ତେବେ ସେ ୬୫କୋଟି ଟଙ୍କାର ଆଲିସାନ ଫାର୍ମହାଉସର ମାଲିକ ରହିଛନ୍ତି । ଏହି ଫାର୍ମହାଉସ ସେ ହାଇଦ୍ରାବାଦରେ ବନାଇଛନ୍ତି । ଏହି ଫାର୍ମହାଉସ ଭିତରେ ଜିମ, ସ୍ୱିମିଂ ପୁଲ, ଥିଏଟର,ସ୍ପୋର୍ଟ ବ୍ୟତୀତ ପାର୍ଟି ଭେନ୍ୟୁ ମଧ୍ୟ ରହିଛି । ଶୁଣିବାକୁ ମିଳିଛି ଯେ ବାହୁବଲୀ ଟିମ ପ୍ରଭାସଙ୍କ ଜିମ ପାଇଁ ୧.୫କୋଟି ଟଙ୍କାର ଇକ୍ୟୁପମେଂଟ ଉପହାର ଦେଇଥିଲେ ।

ପ୍ରଭାସଙ୍କ ଗାଡି କଲେକ୍ସନ ମଧ୍ୟ ଦେଖିବା ଲାୟକ । ତାଙ୍କ ପାଖରେ ୫ଟି ଶାନଦାର ଗାଡି ଅଛି । ଏହି ଗାଡିର ଦାମ ୩୦ଲକ୍ଷରୁ ୮କୋଟି ପର୍ଯ୍ୟନ୍ତ ରହିଛି । ପ୍ରଭାସଙ୍କର ସବୁଠାରୁ କମ ମୂଲ୍ୟ ଗାଡି ସ୍କୋଡା ସୁପର୍ବ ଅଟେ । ଏହି ଗାଡିର ମୂଲ୍ୟ ୩୦ଲକ୍ଷ ଅଟେ । ଏହାବ୍ୟତୀତ ତାଙ୍କ ପାଖରେ ବିଏମଡବ୍ଲ୍ୟୃ ଏକ୍ସ୩ ମଧ୍ୟ ଅଛି । ମାକେର୍ଟରେ ଏହି ଗାଡିର ମୂଲ୍ୟ ୬୮ଲକ୍ଷ ଙ୍କା ଅଟେ । ବିଏମଡବ୍ଲ୍ୟୁ ଏକ୍ସ୩ବ୍ୟତୀତ ପ୍ରଭାସ ଜାଗୁଆର ଏକ୍ସଯେଆର’ର ମଧ୍ୟ ମାଲିକ ଅଟନ୍ତି । ଏହି ଗାଡିର ମୂଲ୍ୟ ହାରାହାରି ୨.୦୮କୋଠି ଟଙ୍କା ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More