Only for Entertainment

ଚିକେନ ଖାଇବାକୁ ଅଧିକ ଭଲ ପାଉଛନ୍ତି କି ? ଜାଣନ୍ତୁ କଣ ମିଳିବ ଫାଇଦା

ndtv
73

ଅଧିକାଂଶ ଲୋକ ଚିକେନ ଖାଇବାକୁ ଅଧିକ ଭଲ ପାଇଥାନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ ବରଂ ଚିକେନ ଏଭଳି ଏକ ଖାଦ୍ୟ ଯାହାକୁ ଏକାଧିକ କାମରେ ବ୍ୟବହାର କରା ଯାଇପାରିବ । କାରଣ ଓଜନ ବଢାଇବା ପାଇଁ ଖାଦ୍ୟରେ ଚିକେନକୁ ସାମିଲ କରା ଯାଇପାରିବ ଏବଂ ଓଜନ କମାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ଯାଇପାରିବ । କିନ୍ତୁ ତାହାର ବିଭିନ୍ନ ପ୍ରକିୟାକୁ ଅନୁସରଣ କରିବାକୁ ପଡ଼ିବ ।

  • ଭରପୂର ପୋଷକ ତତ୍ତ୍ୱ :
    ସମସ୍ତେ ଜାଣନ୍ତି ଚିକେନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଚିକେନ ଶରୀରରେ କୋଷ ବୃଦ୍ଧି ହେବାରେ ସାହାର୍ଯ୍ୟ କରିଥାଏ ଓ ମଜବୁତ ମଧ୍ୟ କରିଥାଏ । ଏଥିରେ କମ ଫ୍ୟାଟ ଥିବାରୁ ଏହାକୁ ଡାଏଟରେ ମଧ୍ୟ ସାମିଲ କରିହେବ । ତେଣୁ ଏକ ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଚିକେନକୁ ସାମିଲ କରନ୍ତୁ ।
  • ଆଂଟି ଡିପ୍ରେସାଂଟ :
    ଚିକେନରେ ଟ୍ରାଇପ୍ତୋଫାନ ନାମକ ଅମିନୋ ଏସିଡ ରହିଛି । ଯାହାକୁ ଗ୍ରହଣ କରିବା ଦ୍ୱାରା ଦୁଃଖ କମ ହୋଇଥାଏ । ଚିକେନ ସୁପ ପିଇବା ଦ୍ୱାରା ଏହା ମସ୍ତିଷ୍କରୁ ଚିନ୍ତାକୁ ଦୂର କରିଥାଏ ଏବଂ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ ।
  • ଅସ୍ଥିକୁ ଶକ୍ତ କରିଥାଏ :
    ବୃଦ୍ଧାବସ୍ଥାକୁ ଗତି କରୁଥିବା ଅଧିକାଂଶ ବ୍ୟକ୍ତି ଆର୍ଥରିସିସ ଏବଂ ହାଡ଼ ସମ୍ବନ୍ଧୀୟ ରୋଗରେ ପିଡ଼ିତ ହୋଇଥାନ୍ତି । କିନ୍ତୁ ପ୍ରତିଦିନ ଚିକେନ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ, ଏବଂ ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ ।
  • ହୃତପିଣ୍ଡ ପାଇଁ ଲାଭଦାୟକ :
    ଚିକେନ ଖାଇବା ଦ୍ୱାରା ହୋମୋସିଷ୍ଟିନ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ବିଭିନ୍ନ ପ୍ରକାର କାର୍ଡିଓଭସ୍କୁଲାର ରୋଗରୁ ରକ୍ଷା କରିଥାଏ । ହୋମୋସିଷ୍ଟିନ ଏକ ଅମିନୋ ଏସିଡ,ଯାହା ଆବଶ୍ୟକତା ଠାରୁ ଅଧିକ ହେଲେ ହୃତପିଣ୍ଡ ଉପରେ ବିଶେଷ କୁପ୍ରଭାବ ପକାଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକେନ ଖାଇବା ଆବଶ୍ୟକ ।
  • ପ୍ରଚୁର ଫସଫରସ :
    ଚିକେନରେ ପ୍ରଚୁର ପରିମାଣରେ ଫସଫରସ ରହିଛି, ଯାହା ଦାନ୍ତ ଏବଂ ହାଡ଼କୁ ଶକ୍ତ କରିଥାଏ । ଏହା ସହିତ ଦାନ୍ତ ମାଢୀ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ଫସଫରସ କିଡନୀ, ଲିଭର ଏବଂ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ନିୟନ୍ତ୍ରଣ କରିବା ଏହାକୁ ସୁସ୍ଥ ରଖିଥାଏ ।
  • ସେଲେନିୟମ :
    ଚିକେନର ମୁଖ୍ୟ ଉପାଦାନ ହେଉଛି ସେଲେନିୟମ । ଏହା ଏକ ଉପକାରୀ ଖଣିଜ ଅଂଶ ଯାହା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ । ଏହା ଥାଇରଏଡ ଗ୍ରନ୍ଥି ସହିତ ଶରୀରର ପ୍ରତିରକ୍ଷା କ୍ଷମତାକୁ ବଢାଇଥାଏ । ଏହି ଉପାଦାନ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
  • ମେଟାବୋଲିଜିମ ବୁଷ୍ଟର :
    ଚିକେନରେ ଥିବା ଭିଟାମିନ ବି-୬ ଶରୀରରେ ମେଟାବୋଲିକର ପରିମାଣକୁ ବଢାଇଥାଏ । ଅର୍ଥାତ ଏହା ଖାଦ୍ୟକୁ ସହଜରେ ହଜମ କରାଇବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ । ଏହା ରକ୍ତ ବାହିକାକୁ ସୁସ୍ଥ ରଖିଥାଏ ଯାହାଫଳରେ ଶରୀରରେ ଶକ୍ତି ବଢାଇଥାଏ ।
  • ନିଆସିନ :
    ଏହା ଏକ ପ୍ରକାର ଭିଟାମିନ ଯାହା ଶରୀରକୁ କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଦୋଷପୂର୍ଣ୍ଣ ଡିଏନଏ ଏବଂ ବିଭିନ୍ନ କର୍କଟ ରୋଗକୁ ଗାର୍ଡ ଭାବରେ ଜଗିଥାଏ ।
  • ସୁସ୍ଥ ଆଖି :
    ଏହା ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନରୁ ରେଟିନୋଲ,ଆଲଫା, ବେଟା-କ୍ୟାରୋଟିନ ଓ ଲାଇକୋପେନ ମିଳିଥାଏ । ଯାହା ସୁସ୍ଥ ଆଖି ପାଇଁ ନିହାତି ଦରକାର ।
  • ଟିସୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ :
    ବିଭିନ୍ନ କାରଣରୁ ତ୍ୱଚା ନଷ୍ଟ ହୋଇ ଯାଇଥାଏ । ପେଯରିକି ଓଠ ଫାଟିବା ଏବଂ ମୁହଁ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । ତେଣୁ ଚିକେନ ଖାଇବା ଦରକାର । ଏହା ସୁସ୍ଥ ଟିସ୍ୁ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଯାହାଫଳରେ ତ୍ୱଚାରେ ଚମକ ଆସିବା ସହ ମୁହଁ ଫାଟିବା ବନ୍ଦ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More