Only for Entertainment

ଘରେ ଗଣପତିଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳେ ଜାଣନ୍ତୁ

youtube
263

ଠାକୁର ଘରେ ଆମେ ବିଭିନ୍ନ ଠାକୁରଙ୍କ ଭିନ୍ନ ଭିନ୍ନ ପ୍ରତିମା ରଖି ପୂଜା କରିଥାଉ । କିନ୍ତୁ ଆମେ ଜାଣି ନଥାଉ ସେମାନଙ୍କର କେଉଁଭଳି ମୂର୍ତ୍ତି ଘରେ ରଖିଲେ ଶୁଭ ବା ଅଶୁଭ ହୋଇଥାଏ । କାରଣ ଏଭଳି କିଛି ପ୍ରତିମା ରହିଛି ଯାହା ଦ୍ୱାରା ଘରକୁ ଅଶୁଭ ଫଳ ମିଳିଥାଏ । ପ୍ରଭୁ ଗଣପତିଙ୍କୁ ନେଇ ମଧ୍ୟ ସେହିଭଳି କିଛି କଥା ରହିଛି । ତେବେ ଆସନ୍ତୁ ଜାଣିବା ଗଣପତିଙ୍କର କେଉଁଭଳି ମୂର୍ତ୍ତି ଘରେ ରଖିବା ଉଚିତ ବା ଅନୁଚିତ ।

୧- ଠାକୁର ଘରେ ଶ୍ରୀଗଣେଶଙ୍କର କେବଳ ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକରୁ ଅଧିକ ଗଣେଶ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି ରାଗି ଯା’ନ୍ତି ବୋଲି କୁହାଯାଏ।

୨- ଯେଉଁ ଗଣେଶ ମୂର୍ତ୍ତିଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢଳି ରହିଥିବ, ସେହି ମୂର୍ତ୍ତିକୁ ହିଁ ଘରେ ରଖନ୍ତୁ।

୩- ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ, ବସିଥିବା ମୁଦ୍ରାର ମୂର୍ତ୍ତିକୁ ହିଁ ରଖନ୍ତୁ। ତେବେ ଅଫିସ୍‌ରେ ଶ୍ରୀଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିଲେ, ଶୁଭ ବୋଲି କୁହାଯାଏ।

୪- ଘରର ଦକ୍ଷିଣ ପାର୍ଶ୍ୱରେ କେବେହେଲେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ସିଡ଼ି ଅବା ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ଧନକ୍ଷୟ ହୋଇଥାଏ ବୋଲି କୁହାଯାଏ।

୫- ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର, ଦକ୍ଷିଣ କିମ୍ୱା ଉତ୍ତର ପାର୍ଶ୍ୱରେ ରହିଥାଏ, ତା’ହେଲେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ କିମ୍ୱା ଫଟୋ ଲଗାନ୍ତୁ।

୬- କିଛି ଲୋକ, ଝିଅ ବିବାହ କରି ଶାଶୂ ଘରକୁ ଯିବା ସମୟରେ ଠାକୁରଙ୍କ ମୂର୍ତ୍ତି ଉପହାରରେ ଦେଇଥା’ନ୍ତି। ଜ୍ୟୋତିଷଙ୍କ ମତରେ, ଏହି ସମୟରେ ଝିଅକୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେବା ଉଚିତ୍‌ ନୁହେଁ, ଏହାଦ୍ୱାରା ଝିଅର ବାପଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More